ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ମୁକ୍ତ ଆଲୋଚନା ପରିଚାଳନା ପାଇଁ ଛାତ୍ରୀ ଅଙ୍କିତା ସମ୍ବର୍ଦ୍ଧିତ।
କଳାହାଣ୍ଡି,୦୧/୦୩
କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଓ ଷ୍ଟେମ୍ ପ୍ରଦର୍ଶନୀ ଭବାନୀପାଟଣା ଓୟୁଏଟି ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ସହଯୋଗରେ ଆୟୋଜିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନିପୁଣ ଓଡ଼ିଶା ମୁଖ୍ୟ ସଂଯୋଜକ ଅମରଜିତ୍ ଜେନା, ଭବାନୀପାଟଣା ଓ.ୟୁ.ଏ.ଟି.ର ଡିନ୍ ପ୍ରଫେସର ସନ୍ଦୀପ୍ତ ନାୟକ, ଓଡ଼ିଶା ରାଇଜିଂ ଫାଉଣ୍ଡେସନର ନିର୍ଦ୍ଦେଶକ ସିଏଚ ଐଶ୍ୟ ପ୍ରକାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦ ଓ ତପିମଣି ଜାନୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଅତିଥୀ ରହିଥିଲେ।
ଏହି ଅବସରରେ ଆୟୋଜିତ ଜାତୀୟ ବିଜ୍ଞାନ ମୁକ୍ତ ଆଲୋଚନା ଅଧିବେଶନକୁ ଶୁଭଲକ୍ଷ୍ମୀ ଦାଶ ଓ ଛାତ୍ରୀ ଅଙ୍କିତା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଧର୍ମରାଜ ପ୍ରଧାନ (ବରଗଡ଼), ଟଙ୍କଧର ପ୍ରଧାନ (ବରଗଡ଼), ଅଶୋକ କୁମାର ବେହେରା (ନୂଆପଡ଼ା) ଓ ସନ୍ତୋଷ କୁମାର କର (କଳାହାଣ୍ଡି) ଅଂଶଗ୍ରହଣ କରିଥିଲେ। ଏହି ମୁକ୍ତ ଆଲୋଚନା ଅଧିବେଶନକୁ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ରୀ ଅଙ୍କିତା ପଟ୍ଟନାୟକ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଥିବା ବେଳେ ଉପସ୍ଥିତ ଅତିଥିମାନେ ତାଙ୍କ ଏହି ଉପସ୍ଥାପନା ଶୈଳି କୁ ପ୍ରସଂଶା କରିଥିଲେ।ଓ ଅଙ୍କିତା ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିଗତ ଦିନରେ ମଧ୍ୟ ଅଙ୍କିତା ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ଓ ସୁରଭି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଛାତ୍ରୀ ଅଙ୍କିତା ପଟ୍ଟନାୟକ ଙ୍କ ଏହି ସଫଳତା କୁ ନେଇ ଜବାହାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା,ସହ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ନାୟକ ଶୁଭେଚ୍ଛା ଜଣାଇବା ସହ ଅଙ୍କିତା ର ଏହି ସଫଳତା ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି।

