Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସିଏଚସି ରେ ଜରାୟୁ ଗ୍ରୀବା କର୍କଟ ଏଚପିଭି ଟୀକାକରଣ ଶୁଭାରମ୍ଭ।

କଳାହାଣ୍ଡି,୦୨/୦୨
କଳାହାଣ୍ଡି ଜିଲ୍ଲାରେ ଜରାୟୁ ଗ୍ରୀବା କର୍କଟ ଏଚପିଭି ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ ସୋମବାର କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୋକସରା ସିଏଚସି ଭାରପ୍ରାପ୍ତ ଡାକ୍ତର ତତ୍ୱଦର୍ଶୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଡାକ୍ତର ଶିବାନନ୍ଦ ନାଏକ, ଡାକ୍ତର ଧନେଶ୍ୱର ଟୁଡୁ ରହି ମହିଳା ଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି ଟୀକାକରଣ ଏକ ଯୁଗାନ୍ତକାରୀ ପଦକ୍ଷେପ,ଏହି ଟୀକା ୧୪ ବର୍ଷ ର କନ୍ୟା ଙ୍କୁ ଏଚପିଭି ସଂକ୍ରମଣ ରୁ କବଚ ଭଳି ରକ୍ଷା କରିବାରେ ସହାୟକ ହେବ,ଯାହା ଗର୍ଭାଶୟ ମୁଖ କର୍କଟ ପାଇଁ ଦାୟୀ ପ୍ରମୁଖ ଭାଇରସ ପ୍ରକୋପ ରୁ ସୁରକ୍ଷା ଦେବ ବୋଳି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ କୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛାତ୍ରୀଆ ପରିଚାଳନା କରିଥିବା ବେଳେ ବିପିଏମ ସୁରଜିତ ସିଂ କୁମାର, ବିଡ଼ିଏମ ଲୋକନାଥ ମିଶ୍ର,ପୁରୁଷ ସ୍ୱାସ୍ଥ୍ୟ କର୍ମି ନୀଳମଣି ଖମାରି, ଶ୍ରବଣ ପାଢ଼ୀ, କ୍ଷୀରୋଦ ବାଗ, ମହିଳା ସ୍ୱାସ୍ଥ୍ୟ ସେବିକା ଗୁପ୍ତେଶ୍ଵରି ପ୍ରଧାନୀ, ପୂଜା ନାଏକ, ଏମଆରଏ ହରେଶ କେତକୀ, ଆଶା କର୍ମି ରଶ୍ମିତା ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ