ବିଜେପି ରେ ସାମିଲ ହେଲେ ମାଝୀଗୁଡା ସରପଞ୍ଚ ମାମି ବାଗ।
କଳାହାଣ୍ଡି,୦୨/୦୨
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ହଲ ରେ ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବ ରେ ଶତାଧିକ ଜନ ପ୍ରତିନିଧି ସମେତ ଅନେକ କର୍ମକର୍ତ୍ତା ବିଜେଡି କଂଗ୍ରେସ ଛାଡି ବିଜେପି ଦଳ ରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ରାଜ୍ୟ ଉପ ସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ଙ୍କ ଉପସ୍ଥିତି ରେ କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମାମି ବାଗ ବିଜେପି ଦଳ ରେ ଦଳୀୟ ନେତା ଙ୍କ ଗହଣରେ ସାମିଲ ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଙ୍କ ବିକାଶମୂଳକ କାର୍ଯ୍ୟ ରେ ସେ ଅନୁପ୍ରାଣିତ ହୋଇ ବିଜେପି ଦଳ ରେ ସାମିଲ ହୋଇଥିବା ଓ ଆଗକୁ ସେ ଦଳ ପ୍ରତି ନିଷ୍ଠା ରଖି ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ଜଣେ ଶୃଙ୍ଖଳିତ କର୍ମି ଭାବେ ପାଳନ କରିବେ ବୋଳି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

