ପବିତ୍ର ବୁଡ଼ ପାଲଟିଲା ଜଳ ସମାଧି, କେନାଲ ପାଣି ରେ ବୁଡି ବୃଦ୍ଧ ମୃତ, ଶବ ଉଦ୍ଧାର
କଳାହାଣ୍ଡି,୦୪/୦୩
ଗତକାଲି ଚନ୍ଦ୍ରଗ୍ରହଣ ଥିବାରୁ ସନ୍ଧ୍ୟାରେ ଗାଁ ନିକଟସ୍ଥ କେନାଲ କୁ ଗାଧେଇବାକୁ ଯାଇ ଉଠା ଜଳସେଚନ କେନାଲର ପ୍ରଖର ସ୍ରୋତ ରେ ଭାସିଯାଇ ଜୟପାଟଣା ବ୍ଲକ ଅଁଳା ଭଟା ପଞ୍ଚାୟତ ଚାଚିଗୁଡା ଗ୍ରାମ ର ସୁବାସ ଦାସ (୬୫) ନାମକ ଜଣେ ବୃଦ୍ଧ ଙ୍କ।ମୃତଦେହ ଆଜି ଲଡୁଗାଁ ନିକଟସ୍ଥ କେନାଲ ରେ ଉଦ୍ଧାର କରାଯାଇଛି। ଆଜି ସକାଳୁ କେନାଲ ରେ ଶବ ଭାସୁଥିବା ଦେଖି କେନାଲ କର୍ମଚାରୀ ସ୍ଥାନୀୟ ଲୋକଙ୍କୁ କହିବା ପରେ କୋକସରା ପୋଲିସ ସମେତ ଦମକଲ କର୍ମଚାରୀ ଙ୍କୁ ଖବର ଦେଇଥିଲେ। ଦମଲକ କର୍ମଚାରୀ ପହଞ୍ଚି କେନାଲ ପାଣି ରୁ ବୃଦ୍ଧ ଙ୍କ ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାଙ୍କୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଜଣାପଡିଛି।

