Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୋଲି ରେ ଅଘଟଣ,ପୋଖରୀ ରେ ବୁଡି ହଷ୍ଟେଲ ଛାତ୍ର ମୃତ ।

କଳାହାଣ୍ଡି,୦୫/୦୨
ହୋଲି ରେ ଅଘଟଣ,ପୋଖରୀ ରେ ବୁଡି ହଷ୍ଟେଲ ଛାତ୍ର ମୃତ, ମେଦିନୀପୁର ଗାଁ ନିକଟସ୍ଥ ଏକ ପୋଖରୀ ରେ ହୋଲି ଖେଲି ସାରିବା ପରେ ଗାଧେଇବା କୁ ଯାଇ ଛାତ୍ର ମୃତ।ଛାତ୍ର ଜଣକ ଭବାନୀପାଟଣା ସ୍ଥିତ ମେଦିନିପୁର ଶାସ୍ତ୍ରୀ ଜୀ ଶିକ୍ଷା ନିକେତନ ର ନବମ ଶ୍ରେଣୀ ର ଛାତ୍ର ବୋଲି ଜଣାପଡିଛି। ହଷ୍ଟେଲ ରେ ହୋଲି ଖେଳି ସାରି ନିକଟସ୍ଥ ପୋଖରୀକୁ ଗାଧେଇବା କୁ ଯାଇଥିଲେ ଛାତ୍ର ।ଛାତ୍ର ଜଣକ ହଷ୍ଟେଲ ରେ ରହୁଥିଲେ। ତାଙ୍କ ଘର କୋକସରା ଥାନା ଝରିଆଗୁଡା ଗାଁ ର
ମନମଥ ସାହୁ ଙ୍କ ପୁଅ ସୌମ୍ୟରଞ୍ଜନ ସାହୁ ବୋଲି ଜଣାପଡିଛି। ସେ ହଷ୍ଟେଲ ରେ ରହି ନବମ ଶ୍ରେଣୀରେ ପଢୁଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦମକଳ କର୍ମଚାରୀ ଙ୍କ ସାହାଯ୍ୟରେ ଶବ ଉଦ୍ଧାର କରିଥିଲେ।ଏନେଇ ସଦର ଥାନା ରେ ଏକ ମାମଲା ରୁଜୁ କରାଯାଇଛି ଓ ପୋଲିସ ପକ୍ଷରୁ ଘଟଣା ର ତଦନ୍ତ ଜାରି ରଖିଛି। ତେବେ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷ ଓ ହଷ୍ଟେଲ କର୍ମଚାରୀ ଙ୍କ ଅବହେଳା ଓ ଦାଇତ୍ୱ ହୀନତା କାରଣରୁ ପୁଅ ର ଜୀବନ ଯାଇଥିବା ନେଇ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ