ନିଆଁ ଲାଗି ପରିବା ଦୋକାନ ଭସ୍ମୀଭୂତ, ସହାୟତା ଯୋଗାଇଦେବାକୁ ଦାବି।
କଳାହାଣ୍ଡି,୦୬/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବସ ଷ୍ଟାଣ୍ଡ ଜାତୀୟ ରାଜପଥ ୨୬ କଡ ରେ ଦୀର୍ଘବର୍ଷ ଧରି ପନିପରିବା, ଫଳ ବିକ୍ରି କରି ପରିବାର ଓ ରୋଗିଣା ସ୍ୱାମୀ କୁ ପ୍ରତିପୋଷଣ କରି ଆସୁଥିଲେ ଶାନ୍ତି ସୁନା ନାମ୍ନୀ ମହିଳା। ତେବେ ଗତକାଲି ରାତିରେ ହଠାତ ତାଙ୍କ ଦୋକାନ ରେ ନିଆଁ ଲାଗିବା ଫଳରେ ନିମିଷକ ମଧ୍ୟରେ ନିଆଁ ବ୍ୟାପି ଦୋକାନ ରେ ଥିବା ପନିପରିବା, ଫଳମୂଳ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ଅନ୍ୟପଟେ କୋକସରା ଦମକଳ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।ତେବେ ଏହି ସମୟ ମଧ୍ୟରେ ଦୋକାନ ନିଆଁ ରେ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ସାରିଥିଲା। ଏବେ ମହିଳା ଜଣକ ବେସାହାରା ହୋଇ ପଡ଼ିଥିବା ବେଳେ କେମିତି ସେ ପରିବାର ମୁହଁରେ ଦାନା ଦେବେ ଓ ପ୍ରତିପୋଷଣ କରିବେ ସେନେଇ ଚିନ୍ତା ରେ ପଡିଛନ୍ତି। ସ୍ଥାନୀୟ ପ୍ରଶାସନ ନିକଟରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

