କେନାଲ ରେ ଫସି ରହିଥିବା ଯୁବକ କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ।
କଳାହାଣ୍ଡି,୦୬/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ କନ୍ଦାବୁଟ୍ରା ଗ୍ରାମ।ନିକଟରେ ପ୍ରବାହିତ କେନାଲ ରେ ଗାଧେଇବା ବେଳେ କେନାଲ ର ପ୍ରଖର ସ୍ରୋତ ରେ ଭାସି ଯାଇ ଜଣେ ଯୁବକ ପାୱାର ଗେଟ ନିକଟରେ ଫସି ରହିଥିଲା।ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ସ୍ଥାନୀୟ ସମାଜସେବି ରୁଦ୍ର ନାଏକ କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି କେନାଲ ଗେଟ ମଧ୍ୟରେ ରହିଥିବା ଯୁବକ ଙ୍କୁ ସତର୍କତା ର ସହ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଉଦ୍ଧାର ପାଇଥିବା ଯୁବକ ସ୍ଥାନୀୟ କନ୍ଦାବୁଟ୍ରା ଗ୍ରାମର କୁମର ରାଉତ(୩୦) ବୋଳି ଜଣାପଡିଛି। ଯୁବକ ଙ୍କ ମାନସିକ ସ୍ଥିତି ଭଲ ନଥିବା ଜଣାପଡିଛି। ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ତ୍ୱରିତ ପଦକ୍ଷେପ ଓ ଉଦ୍ଧାର କାର୍ଯ୍ୟ ଯୋଗୁଁ ଯୁବକ ସୁରକ୍ଷିତ ଉଦ୍ଧାର କରାଯାଇଛି।

