Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କ ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ

ଭୁବନେଶ୍ୱର: ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି NITI ଆୟୋଗ ବୈଠକ। ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଯୋଗ ଦେଇନଥିବା ଜଣାପଡିଛି। ନବୀନ ବର୍ତ୍ତମାନ ୫ମ କାର୍ଯ୍ୟକାଳର ଚତୁର୍ଥ ବର୍ଷ ପୂରଣ ପୂର୍ବରୁ ପ୍ରତ୍ୟେକ ବିଭାଗର କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରୁଥିବା ଜଣାପଡିଛି। ଆଜି ତିନୋଟି ବିଭାଗର କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ, ଅତି କମରେ ଅନ୍ୟ ନଅଟି ରାଜ୍ୟର ମୁଖ୍ୟମନ୍ତ୍ରୀ – ପଞ୍ଜାବ, ଦିଲ୍ଲୀ, ତେଲେଙ୍ଗାନା, ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ରାଜସ୍ଥାନ, ଏବଂ କର୍ଣ୍ଣାଟକ NITI ଆୟୋଗର ପରିଚାଳନା ପରିଷଦର ଅଷ୍ଟମ ବୈଠକରେ ଯୋଗ ଦେଇନଥିବା ଜଣାପଡ଼ିଛି। ଏହି ସମସ୍ତ ରାଜ୍ୟ ଅଣ-ବିଜେପି ରାଜନୈତିକ ଦଳ ଦ୍ୱାରା ପରିଚାଳିତ।

ରିପୋର୍ଟ ଅନୁଯାୟୀ, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟରେ ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ ଏବଂ ଭିତ୍ତିଭୂମି ବିକାଶ ସହ ପ୍ରଧାନମନ୍ତ୍ରୀ ଏହି ବୈଠକରେ ବିଚାରବିମର୍ଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ