Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାସ୍ତ୍ରୀଜୀ ସ୍କୁଲରେ ଛାତ୍ର ମୃତ୍ୟୁ ମାମଲା,କଳାହାଣ୍ଡି ଏସ ପି ଙ୍କୁ ଭେଟି ଉଚିତ୍ ତଦନ୍ତ ଦାବୀ କଲା ଦକ୍ଷିଣୀ ଶୌଣ୍ଢିକ ମହାସଂଘ।

କଳାହାଣ୍ଡି,୧୦/୦୩
ଭବାନୀପାଟଣା ଶାସ୍ତ୍ରୀଜୀ ସ୍କୁଲରେ ଛାତ୍ର ମୃତ୍ୟୁ ମାମଲାର ୬ଦିନ ପରେ ବି ରହସ୍ୟ ଉନ୍ମୋଚନ ହୋଇ ନ ଥିବା ବେଳେ ମଙ୍ଗଳବାର ଦିନ ଦକ୍ଷିଣୀ ଶୌଣ୍ଢିକ ମହାସଂଘ କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ର ଜିଲ୍ଲା ସଭାପତି ଥବିର ପ୍ରସାଦ ସାହୁ ଙ୍କ ନେତୃତ୍ୱରେ ସଧାରଣ ସଂପାଦକ ଗୋପାଳ ଚନ୍ଦ୍ର ସାହୁ, ଜୁନାଗଡ ଓ ଧର୍ମଗଡ଼ ଆଞ୍ଚଳିକ କମିଟିର ସଭାପତି ବିଦ୍ୟାଧର ସାହୁ, ଜିଲ୍ଲା କମିଟିର ଆଇନ ପରାମର୍ଶ ଦାତା ସଚ୍ଚିଦାନନ୍ଦ ସାହୁ,ସଦର କମିଟି ର ସଭାପତି କୁଳମଣି ସାହୁ, ସହର କମିଟି ସମ୍ପାଦକ ସୁବୋଧ ସାହୁ, କେସିଙ୍ଗା ବ୍ଲକ କମିଟିର ବରିଷ୍ଠ ସଦସ୍ୟ ମିତ୍ର ସେନ ସାହୁ କଳାହାଣ୍ଡି ଏସ ପି ନାଗ ରାଜ ଦେବରକୋଣ୍ଡା ଙ୍କୁ ଭେଟି ଭବାନୀପାଟଣା ଶାସ୍ତ୍ରୀଜୀ ସ୍କୁଲ୍ ର ଛାତ୍ର ସୌମ୍ୟ ରଞ୍ଜନ ସାହୁଙ୍କ ମୃତ୍ୟୁ ଘଟଣାର ଉଚିତ ତଦନ୍ତ ପାଇଁ ଦାବୀ କରିଥଲେ।
ଶାସ୍ତ୍ରୀଜୀ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ଛାତ୍ର ର ମୃତ୍ୟୁ ହୋଇଥିବା ଏକ ଅଭିଯୋଗ ମାମଲା ସଦର ଥାନାରେ କେଶ ନମ୍ବର ୯୧/୪.୩.୨୦୨୬ ଦଫା ୧୦୬(୧),୩(୫)BNS Act,୭୫ JJ ଆଇନ ବଳରେ ରେ ରୁଜ୍ଜୁ ହୋଇଛି। କିନ୍ତୁ ମୃତ ଛାତ୍ର ର ବାପା ମାଆ ଏହା ଏକ ହତ୍ୟା ମାମଲା ବୋଲି ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦକ୍ଷିଣୀ ଶୌଣ୍ଢିକ ମହାସଂଘ କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ର କର୍ମକର୍ତ୍ତା ମାନେ ଏହି ଘଟଣାର ସଠିକ୍ ତଦନ୍ତ ପାଇଁ ଏସ ପି ଙ୍କୁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ