Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ ନିର୍ମାଣ ହେବ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ।

କଳାହାଣ୍ଡି,୧୨/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ରେ କ୍ରୀଡାବିଦ ଓ ଖେଳାଳି ଙ୍କ ଦୀର୍ଘଦିନ ର ପ୍ରତୀକ୍ଷା ର ଅବସାନ ହେବ। କୋକସରା ବ୍ଲକ ସ୍ତରୀୟ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଘୋଷଣା କରାଯାଇଛି। ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ନିରନ୍ତର ପ୍ରୟାସ ଏବଂ ଅନୁସରଣ ଫଳରେ ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ କୋକସରାରେ ବ୍ଲକସ୍ତରୀୟ ଷ୍ଟାଡିୟମ ଓ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ ପାଇଁ ୧୬ କୋଟି ୨୦ ଲକ୍ଷ ୩୨ ହଜାର ୨୭୭ ଟଙ୍କା ମଞ୍ଜୁର କରିଛନ୍ତି। ଷ୍ଟାଡିୟମ ଓ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି ଏବଂ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଅନୁଦାନ ଯୋଗାଇ ଦିଆଯାଇଛି। ପୂର୍ବରୁ କୋକସରା ରେ ଷ୍ଟାଡିୟମ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇସାରିଛି। ଆଗକୁ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେଲେ କୋକସରା ଅଞ୍ଚଳ ର ଖେଳାଳି ଙ୍କୁ ଏକ ନୂତନ ପରିଚୟ ମିଳିବା ସହ ବ୍ଲକ ରେ ଥିବା ଯୁବ ପ୍ରତିଭା ସମ୍ପନ୍ନ ଖେଳାଳି ଜିଲ୍ଲା,ରାଜ୍ୟ ଓ ଦେଶ ର ବିଭିନ୍ନ କ୍ରୀଡା ରେ ଖେଳିବା ପାଇଁ ସୁଯୋଗ ସୃଷ୍ଟି ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା ପରେ କୋକସରା ବ୍ଲକ ଅଞ୍ଚଳ ର ଯୁବ ଖେଳାଳି ଓ ଜନ ସାଧାରଣଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ