Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।

କଳାହାଣ୍ଡି,୧୪/୦୩
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭାବବିହ୍ୱଳ ବିଦାୟ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିବେଶ ଭାବପ୍ରବଣ ଓ ଉତ୍ସାହମୟ ହୋଇଉଠିଥିଲା।କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଳିତ କୁମାର ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇ ଥିବା ବେଳେ ନିମନ୍ତ୍ରିତ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇ ତାଙ୍କୁ ନିଷ୍ଠା, ପରିଶ୍ରମ ଓ ଶିଷ୍ଟାଚାରକୁ ପାଥେୟ କରି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୀତ, ନୃତ୍ୟ ଓ ଅଭିଭାଷଣ ମାଧ୍ୟମରେ ଅଷ୍ଟମ ଶ୍ରେଣୀର ଭାଇଭଉଣୀମାନଙ୍କୁ ବିଦାୟ ଜଣାଇଥିଲେ। ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ବିଦ୍ୟାଳୟରେ କଟାଇଥିବା ସ୍ମୃତିମୟ ଦିନଗୁଡ଼ିକୁ ସ୍ମରଣ କରି ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।କାର୍ଯ୍ୟକ୍ରମର ଶେଷରେ ବିଦାୟ ନେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ସହ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା। ଏହି ବିଦାୟ ସମାରୋହ ବିଦ୍ୟାଳୟରେ ଏକ ସ୍ମରଣୀୟ ମୁହୂର୍ତ୍ତ ଭାବେ ରହିଯିବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମାଶଙ୍କର ଦୀପ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ରୂପେ ଶ୍ରୀଯୁକ୍ତ ସଞ୍ଜୟ କୁମାର ପୁରୋହିତ ଅଧ୍ୟାପକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ସମ୍ନାନନୀୟ ଅତିଥିଭାବେ ରେଙ୍ଗାଲପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ବେଦବର ନିଆଲ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅସରଫ ଅଲ୍ଲୀ, ପୂର୍ବତନ ସରପଞ୍ଚ ଭଇଁରିପାଲି ତଥା ବରିଷ୍ଠ ସମାଜସେବୀ କୁଞ୍ଜବିହାରୀ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ।ବିଦ୍ୟାଳୟର ସହଶିକ୍ଷକ ଶ୍ରୀ ରଞ୍ଜନ ବରିହା ମଞ୍ଚ ପରିଚାଳନା କରିଥବା ଶିକ୍ଷୟିତ୍ରୀ ସୁଶ୍ରୀ ରୁଚିରା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ଶିକ୍ଷକ କୋଟେଶ୍ୱର ରାଓ, ସୁଜିତ କୁମାର ସାହୁ,ଶଶୀ ଭୂଷଣ ଦଳପତି, ଉପମା ବାଗ, ନିବେଦିତା ବାଣୁଆ, ଦିବ୍ୟାସିନୀ ଦୁର୍ଗା, ଉଦ୍ଧବ ବାଗ ପ୍ରମୁଖ ତଥା ବିଦ୍ୟଳୟ ପରିଚାଳନା କମିଟି ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ