ପୂର୍ବତନ ଶିକ୍ଷକ ତଥା ବିଶିଷ୍ଠ ବ୍ୟବସାୟୀ ଙ୍କ ପରଲୋକ : ବଣିକ ସଂଘ ତରଫରୁ ଦୋକାନ ବଜାର ବନ୍ଦ
ବାଲିଗୁଡା,ତା, ୧୫/୦୩ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ପୂର୍ବତନ ସହକାରୀ ବିଜ୍ଞାନ ଶିକ୍ଷକ ତଥା ବିଶିଷ୍ଠ ବ୍ୟବସାୟୀ ରାମକୃଷ୍ଣ ଦାସଙ୍କ ୮୭ ବର୍ଷରେ ଭୁବନେଶ୍ଵର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୂ, ଝିଅ ଜ୍ୱାଇଁ, ନାତିନାତୁଣି ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା l ସ୍ବର୍ଗତ ଦାସଙ୍କ ଅମର ଆତ୍ମା କୁ ସମ୍ମାନ ଜଣାଇ ସ୍ଥାନୀୟ ବଣିକ ସଂଘ ତରଫରୁ ରବିବାର ଦିନ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା l ସ୍ବର୍ଗତ ଦାସ ସହକାରୀ ବିଜ୍ଞାନ ଶିକ୍ଷକ ଚାକିରୀ ପରେ ସେଠାରୁ ଅବସର ନେଇ ବ୍ୟବସାୟ ଆରମ୍ଭ କରିଥିଲେ l ପରେ ପରେ ମା’ ପଟଖଣ୍ଡା ଦୁର୍ଗାପୁଜା ସମିତିର ସଭାପତି, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି, ବାଲିଗୁଡା ବଣିକ ସଂଘର ସଭାପତି ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସଭାପତି ଦାୟିତ୍ବ ତୁଲାଇବା ସହ ଉପଖଣ୍ଡ ଚିକିତ୍ସାଳୟର ରୋଗି କଲ୍ୟାଣ ସମିତିର ସଦସ୍ୟ ମଧ୍ଯ ରହି ସମସ୍ତଙ୍କ ର ପ୍ରିୟ ଭାଜନ ହୋଇପାରିଥିଲେ। ସେ ଏକା ଧାରରେ ଧର୍ମ ପାରାୟଣ, ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିଲେ l

