କୋକସରା ବ୍ଲକ ସିଟିଜେନ ଫୋରମ ପକ୍ଷରୁ ଅଞ୍ଚଳ ର ସମସ୍ୟା ନେଇ ଆଲୋଚନା
କଳାହାଣ୍ଡି,୧୯/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଟିଜେନ ଫୋରମ ପକ୍ଷରୁ ଗୁରୁବାର ସ୍ଥାନୀୟ ଶିଶୁ ମନ୍ଦିର ପରିସରରେ ବ୍ଲକ ର ବିଭିନ୍ନ ସମସ୍ୟା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ସିଟିଜେନ ଫୋରମ ର ଆଜିର ବୈଠକ ର ସଭାପତି ଧନେଶ୍ୱର ପଣ୍ଡା ଙ୍କ ସଭାପତିତ୍ୱ ରେ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ଙ୍କୁ କୋକସରା ବ୍ଲକ ରେ କ୍ରୀଡା ଓ ଖେଳାଳି ଙ୍କ ବିକାଶ ପାଇଁ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ୧୬ କୋଟି ରୁ ଉର୍ଦ୍ଧ୍ଵ ଅନୁଦାନ ଯୋଗାଇ ଦେଇଥିବା ନେଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହାସହ ରବି ଚାଷ ଅନ ଲାଇନ ପଞ୍ଜିକରଣ ନେଇ ୱେବ ସାଇଡ଼ ଖୋଳୁନଥିବା କାରଣରୁ ଉଠା ଜଳସେଚନ ଅଞ୍ଚଳ ର ଚାଷି ପଞ୍ଜିକରଣ ରୁ ବଞ୍ଚିତ ରହିଛନ୍ତି, ଏଣୁ ଏହାର ଶୀଘ୍ର ସମାଧାନ କରିବାକୁ ଦାବି, କୋକସରା ଆଦର୍ଶ ଶ୍ମଶାନ ନିର୍ମାଣ ତ୍ୱରାନ୍ୱିତ ଦାବି, ଜୁନାଗଡ଼ ନବରଙ୍ଗପୁର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା, କୋକସରା ବ୍ଲକ ଅଞ୍ଚଳ ରେ ଦୁର୍ଘଟଣା ଜନିତ ଘଟଣା ବୃଦ୍ଧି ପାଉଥିବା ରୁ ସ୍ଥାନୀୟ ସିଏଚସି ରେ ଟ୍ରମା କେୟାର ସୁବିଧା ପାଇଁ ଦାବି ସହ।ଅନ୍ୟ ଦାବି ନେଇ ଆଲୋଚନା କରିଥିଲେ । ଏହି ବୈଠକରେ ସିଟିଜେନ ଫୋରମ ର ମିନିକେତନ ପ୍ରଧାନୀ, ଧବଳେଶ୍ବର ନାଗ,ଶ୍ରୀନିବାସ ପ୍ରଧାନୀ,ବାହାଦୂର ମାଝୀ,ନାରାୟଣ ପଟ୍ଟନାୟକ, ଜୟଲାଲ ନାଏକ,ବିନୋଦ ବିହାରୀ ରାଉତ, ମୁକୁନ୍ଦ ପଟ୍ଟନାୟକ, ଅରବିନ୍ଦ ପଟ୍ଟନାୟକ,ଧର୍ମାନନ୍ଦ ନେଗି, ମନୋଜ ନାଏକ ସମେତ ଅନ୍ୟମାନେ ଉପସ୍ଥିତ ରହି ଆଗାମୀ ଦିନରେ ଅଞ୍ଚଳ ର ସମସ୍ୟା ର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

