Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଙ୍କଡ଼ ମାରି ଇନଷ୍ଟାଗ୍ରମରେ ପୋଷ୍ଟ କରି ଦୁଇ ଯୁବକ ଗିରଫ

ବାଲିଗୁଡ଼ା,ତା,୨୬/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): ମାଙ୍କଡ଼ ମାରି ଇନଷ୍ଟାଗ୍ରମରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା । ହନୁ ମାଙ୍କଡ଼କୁ ମାରି ଇନଷ୍ଟାଗ୍ରାମ ରେ ପୋଷ୍ଟ କରିବା ଅଭିଯୋଗରେ ଗୁରୁବାର ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳ ଅଧିନସ୍ଥ ସଲାଗୁଡ଼ା ପଞ୍ଚାୟତର ନରେଗାଁ ଅଞ୍ଚଳରେ । ସୂଚନା ଅନୁଯାୟୀ ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ନରେଗାଁ ଅଞ୍ଚଳରେ ଦୁଇ ଯୁବକ ଏକ ହନୁ ମାଙ୍କଡ଼କୁ ମାରିବା ସହ ତା ଛୁଆକୁ ଧରିଥିବା ଭିଡ଼ିଓ ଇନଷ୍ଟାଗ୍ରାମରେ ଭାଇରାଲ୍ ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ବି.ସୁବାଷ ତାଙ୍କ ସହ କର୍ମଚାରୀଙ୍କ ଦ୍ବାରା ଘଟଣାର ତଦନ୍ତ କରିଥିଲେ ଏବଂ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଗିରଫ ଦୁଇ ଅଭିଯୁକ୍ତ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ନରେଗାଁ ର ମାନବ ମଲ୍ଲିକ ଓ ଜୟଦେବ ମଲ୍ଲିକ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ