ଡିଗ୍ରୀ ମହାବିଦ୍ୟାଳୟ ରେ ଇନୋଭେସନ ଓ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଉଦଘାଟନ।
କଳାହାଣ୍ଡି,୨୬/୦୩
କଳାହାଣ୍ଡି ଜିଲ୍ଲା କୋକସରା ସଦର ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ନୁତନତ୍ୱ ଓ ଷ୍ଟାର୍ଟଅପ୍ ଉଦଘାଟନ କାର୍ଯ୍ୟକ୍ରମ କଲେଜ ର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉଦ୍ୟୋଗପତି ମନୋଜ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଏନ ସିସି କ୍ୟାପଟେନ ତଥା ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ,ଅଧ୍ୟାପିକା କନକ ମଞ୍ଜରି ବେହେରା, ବେଦମତି ବାରିକ, ଶୁଭଶ୍ରୀ ସାହୁ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ଅଧ୍ୟାପକ ସୁବ୍ରତ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ନୁତନତ୍ୱ ଚିନ୍ତାଧାରା ଓ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ରେ ଛାତ୍ରୀଛାତ୍ରି ମାନେ କେମିତି ନିଜର ଦକ୍ଷତା ପ୍ରଦର୍ଶିତ କରିବା ସହ ଆଗାମୀ ଦିନରେ ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିବା ସହ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହପ୍ରଦ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

