Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ଜନ୍ମ ଉତ୍ସବ ଓ ଶ୍ରୀରାମ ନବମୀ ପାଳିତ

ବାଲିଗୁଡା, ତା, ୨୭/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ) : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ଜନ୍ମ ଉତ୍ସବ ଓ ଶ୍ରୀରାମ ନବମୀ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଟାଉନ ର ଶ୍ରୀ ଶ୍ରୀ ହନୁମାନ ମନ୍ଦିର, ପାଟଖଣ୍ଡା ମନ୍ଦିର ପରିସର ଶ୍ରୀଜଗନ୍ନାଥ ମନ୍ଦିର ପରିସର, ସବ ଜେଲ ନିକଟସ୍ଥ ହନୁମାନ ମନ୍ଦିର, ଶ୍ରୀରାମ ମନ୍ଦିର ପରିସରରେ ହନୁମାନ ଚାଳିଶା ପାଠ, ନାମ ସଂକୀର୍ତ୍ତନ, ହୋମ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାମ ନବମୀ ପାଇଁ ସମସ୍ତ ମନ୍ଦିର ପରିସର ପ୍ରତ୍ୟୁଷ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ପରିଲକ୍ଷିତ ହୋଇଥିଲା । ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସାଇ ଗ୍ଲୋବାଲ ସ୍କୁଲ ପରିସରରେ ମଧ୍ୟ ହୋମ ପୂଜା ଵିଧି କରାଯାଇ ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ବିଷୟରେ କିଛି ଉପଦେଶ ଦେବା ପରେ ଏକ ସୁସଜ୍ଜିତ ରଥରେ ଶୋଭାଯାତ୍ରା ରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ମାତା ସୀତା ଓ ହନୁମାନ ବେଶରେ ଛାତ୍ରଛାତ୍ରୀ ମାନେ ସୁସଜ୍ଜିତ ହୋଇ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ମନ୍ଦିରକୁ ଯାଇ ଠାକୁରଙ୍କର ଦର୍ଶନ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପଥ ସଞ୍ଚାଳନ ହୋଇଥିଲା l ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଝୋଟି ଚିତା ପକାଇ କଳସ ସ୍ଥାପନ କରି ଘରେ ଘରେ ମା ଓ ମାଉସୀ ମାନେ ପ୍ରଭୁ ରାମଙ୍କ ପାଦ ଧୋଇ ସ୍ଵାଗତ କରିଥିଲେ l ଲୋପ ପାଇବାକୁ ବସିଥିବା ଆମ ସଂସ୍କୃତିକୁ ଶିଶୁ ମନରେ ଜାଗ୍ରତ କରିବା ଓ ପ୍ରଭୁ ରାମଚନ୍ଦ୍ରଙ୍କ ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହେବା ମୁଖ୍ୟ ଲକ୍ଷ୍ଯ ଥିଲା ବୋଲି ସାଇ ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷ ରବି ନାରାୟଣ ମିଶ୍ର ପ୍ରକାଶ କରିଛନ୍ତି l ବାଲିଗୁଡା ସହରବାସୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ ଓ ଅଭିନନ୍ଦନ କରି ଉପଭୋଗ କରିଥିଲେ । ଶିକ୍ଷା ସହ ଏଭଳି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରୁଥିବାରୁ ଅନୁଷ୍ଠାନର ସେବାବ୍ରତୀ ମାନେ ଲୋକମାନଙ୍କ ଦ୍ୱାରା ବେଶ୍ ଉଚ୍ଛ୍ଵସିତ ଓ ପ୍ରଶଂସିତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ପ୍ରଧାନାଚାର୍ଯ୍ୟ, ଗୁରୁଜୀ, ଗୁରୁମା, ପ୍ରିନ୍ସପାଲ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ