Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡା ଓକିଲ ସଂଘ ନିର୍ବାଚନ : ହରିଶ୍ଚନ୍ଦ୍ର ସଭାପତି, ଅନୀଲ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

ବାଲିଗୁଡା, ତା, ୨୮/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯକାରୀ କମିଟି ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସକାଳ ୭:୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇ ୪ଟା ପରେ ଭୋଟ ଗଣତି କରାଯାଇଥିଲା l ଏଥିରେ ସଭାପତି ଭାବେ ଟି. ହରିଶ୍ଚନ୍ଦ୍ର ରାଓ, ଉପସଭାପତି ଭାବେ ରାମକୃଷ୍ଣ ଦାସ, ସମ୍ପାଦକ ଭାବେ ଅନିଲ କୁମାର ଦାସ, ସହ ସମ୍ପାଦକ ଭାବେ ନୀଳାଦ୍ରି କେଶରୀ ସାହାଣୀ, କୋଷାଧକ୍ଷ ଭାବେ ମାନସ ରଞ୍ଜନ ପଣ୍ଡା, ଲାଇବ୍ରେରୀ ସମ୍ପାଦିକା ଭାବେ ନିବେଦିତା ମଲ୍ଲିକ, ଏବଂ ସହକାରୀ ଲାଇବ୍ରେରୀ ସମ୍ପାଦିକା ଭାବେ ତନ୍ମୟୀ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବିଷୟ ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନ ପ୍ରକାଶ କରିଛନ୍ତି l ସେଥି ମଧ୍ୟରେ ଉପସଭାପତି ପଦ ପାଇଁ ଦୁଇ ଜଣ ଦକ୍ଷ ପ୍ରାଥୀ ରାମକୃଷ୍ଣ ଦାସ ଓ ରାମଚନ୍ଦ୍ର ସିଂ ପାତ୍ର ମଇଦାନ ରେ ଥିବା ବେଳେ ମୋଟ ଭୋଟ ୩୬ ଟି ମଧ୍ୟରୁ ୩୧ଟି ଭୋଟ ଶ୍ରୀ ଦାସ ପାଇ ବିଜୟୀ ହୋଇଥିବା ବେଳେ ଶ୍ରୀ ପାତ୍ର ମାତ୍ର ୩ ଟି ଭୋଟ ପାଇ ପରାଜିତ ହୋଇଥିଲେ l ଦୁଇଟି ଭୋଟ ନାକଚ ହୋଇଥିବା ବେଳେ ସଭାପତି, ସମ୍ପାଦକ ଓ କୋଷାଧକ୍ଷ ପଦବୀ ନିମନ୍ତେ କେହି ପ୍ରତିଦ୍ବନ୍ଦୀ ନ ଥିବାରୁ ସେମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବିଷୟ ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନ ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ