ଜୟପାଟଣା ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ:ନିହାର ରଞ୍ଜନ ସଭାପତି ଓ ପ୍ରମୋଦ ସମ୍ପାଦକ ଭାବେ ନିର୍ବାଚିତ |
କଳାହାଣ୍ଡି:ତା-୨୮/୦୩
କଳାହାଣ୍ଡି ଜିଲ୍ଲା ଜୟପାଟଣା ଓକିଲ ସଂଘର ୨୦୨୬ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ବର୍ଷ ସମସ୍ତ ପଦବୀ ପାଇଁ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ,ସମସ୍ତ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।ସଭାପତି ଭାବେ ନିହାର ରଞ୍ଜନ ବେହେରା ଓ ସମ୍ପାଦକ ଭାବେ ପ୍ରମୋଦ କୁମାର ପଣ୍ଡା ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ବେଳେଉପ-ସଭାପତି ତପନ କିରଣ ପାଢ଼ୀ,ଯୁଗ୍ମ ସମ୍ପାଦକ ସୌମ୍ୟ ରଞ୍ଜନ ହୋତା,ସହକାରୀ ସମ୍ପାଦକ ଅର୍ଦ୍ଧେନ୍ଦୁ ପଣ୍ଡା,କୋଷାଧ୍ୟକ୍ଷ ଜେ.ବି.ଭୂଷଣ ପଣ୍ଡା ନିର୍ବାଚିତ ହୋଇଛନ୍ତି।ଏହା ବ୍ୟତୀତ ରଜନୀ କାନ୍ତ ପଣ୍ଡା, ଗଙ୍ଗାଧର ପାତ୍ର,ସୌଦାମିନୀ ଦ୍ୱିବେଦୀ,ପଦ୍ମ ଚରଣ ନାଏକ ଏବଂ ନେହା ଶର୍ମା କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।ନିର୍ବାଚିତ ଓକିଲ ସଂଘ ର କର୍ମକର୍ତ୍ତା ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ମ

