Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେମରା କୃଷି ସମବାୟ ବାର୍ଷିକ ସଭା ଅନୁଷ୍ଠିତ, ସମବାୟ ସମିତିର ଯୋଜନା ବିଷୟରେ ଆଲୋଚନା।

କଳାହାଣ୍ଡି,୨୯/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ରବିବାର ହଂସପଡା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ରେ କୃଷି ସମବାୟ ସମିତିର ସଭାପତି ନବୀନ ପୁଝରୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କ୍ଷିତିରାମ ପାତ୍ର,ସମ୍ମାନିତ ଅତିଥି ଭାବେ ବିଜେପି ନେତା ସୁଧୀର ପାତ୍ର,ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ମହିମା ପଞ୍ଚାୟତ ସମିତି ସଭ୍ୟ ଘନଶ୍ୟାମ ନାଏକ,ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ସଚେତନ ଚାଷି ଶ୍ୟାମ ସୁନ୍ଦର ନାଏକ,ଈଶ୍ୱର ଚନ୍ଦ୍ର ସାହୁ,କୈଳାସ ଚଳାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସାଧାରଣ ସଭା ରେ ଟେମରା ସମବାୟ ସମିତି ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ ମଞ୍ଚ ପରିଚଳାନା ସହ ବିଗତ ବର୍ଷ ରେ ଟେମରା ସମବାୟ ସମିତିର ଆୟବ୍ୟୟ ବିବରଣୀ ଓ କୃଷକ ଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିଲେ। ଟେମରା ସମବାୟ ସମିତି ଅଧିନସ୍ଥ ଟେମରା,ମହିମା,ଡୁଡୁକାଠେଙ୍ଗା,ସାନପୋଡ଼ାଗୁଡା, ଗୋତମୁଣ୍ଡାପଞ୍ଚାୟତ କୁ ନେଇ ଟେମରା ପେକ୍ସ ରହିଥିବା ବେଳେ ଏହି ପଞ୍ଚାୟତ ଅଧିନସ୍ଥ ଶତାଧିକ ଚାଷୀ ଏହି ସଭା ରେ ଉପସ୍ଥିତ ରହି ନିଜର ଉତ୍ସାହପ୍ରଦ ମତାମତ ପ୍ରଦାନ କରିଥିଲେ। ଟେମରା ପେକ୍ସ ବିଗତ ବର୍ଷ ରେ ଚାଷି ଙ୍କ ଋଣ ସମ୍ବନ୍ଧୀୟ ଓ ମଣ୍ଡି ରେ ଚାଷି ଙ୍କ ଧାନ ବିକ୍ରି ରେ ସ୍ୱଚ୍ଛତା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଆଗାମୀ ଦିନରେ ଚାଷି ଙ୍କ ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିବାରେ ଅଗ୍ରଣୀ ଭୂମିକା ନିଭାଇବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ବାର୍ଷିକ ବୈଠକରେ ପେକ୍ସ ଅଞ୍ଚଳ ର ଚାଷି ମିନିକେତନ ସାହୁ,ଯଦୁମଣି ବାଗ,ରସିକ ପୁଝାରି, ରଜନୀକାନ୍ତ ପାତ୍ର,କ୍ଷୀରସିନ୍ଧୁ ହଂସ,ଦେବରାଜ ପଟେଲ,ପ୍ରସନ୍ନ ଦଳପତି, ବୃନ୍ଦାବନ ସତନାମୀ,ସଞ୍ଜୟ କୁମାର ଲହଜଳ, ନରେନ୍ଦ୍ର ନାଏକ,ଦ୍ରୋଣ ପୁଝାରି, କେଦାର ଦଳପତି,ତୁଳସିରାମ ଗୋପାଳ ସମେତ ଅଞ୍ଚଳ ର ୫ ପଞ୍ଚାୟତ ର ଶତାଧିକ ଚାଷି ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ