କୋକସରା ବ୍ଲକ ସ୍ତରୀୟ ବ୍ଲକ ସ୍ତରୀୟ ଶିକ୍ଷଣ,ଶିକ୍ଷାଦାନ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ।
କଳାହାଣ୍ଡି,୩୦/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମଗ୍ର ଶିକ୍ଷା ଓ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ସୋମବାର ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିକ୍ଷଣ ଶିକ୍ଷା ଦାନ ପ୍ରସ୍ତୁତି କର୍ମଶାଳା ଗୋଷ୍ଠି ସାଧନ କେନ୍ଦ୍ର ସଂଯୋଜକ ତୋଫାନ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ ସ୍ତରୀୟ ଶିକ୍ଷଣ,ଶିକ୍ଷାଦାନ କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଶିକ୍ଷଣ କୁ ସୁଗମ,ସହଜ ଓ ଚିରସ୍ଥାୟୀ କରିବା ପାଇଁ ଟିଏଲଏମ ର ଭୂମିକା ତଥା ସମସ୍ତ ବିଦ୍ୟାଳୟ ସ୍ତରରେ ଶ୍ରେଣୀ ୱାରୀ ବିଷୟ ଭିତ୍ତିକ ଟିଏଲଏମ ପ୍ରସ୍ତୁତ କରି ଶିକ୍ଷାଦାନ କରିବାକୁ ଉପସ୍ଥିତ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଲେଖାଏଁ ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମ କୁ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ କରିଥିବା ବେଳେ ଅନ୍ୟ ସିଆରସିସି ମାନେ ସହଯୋଗ କରିଥିଲେ।ପରେ ଧନ୍ୟବାଦ ଅର୍ପଣ କରାଯାଇଥିଲା।

