ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୩୦/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ସ୍ଥିତ ସତସଙ୍ଗ ବିହାରଠାରେ ବ୍ଲକସ୍ତରୀୟ ପର୍ଶୁରାମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି। ବୈଠକରେ କୋକସରା ବ୍ଲକ ବ୍ରାହ୍ମଣ ସମାଜର ସଭାପତି ଶ୍ରୀମନ୍ତ ପାଢୀ ସଭାପତିତ୍ବ କରିଥିଲେ। ବ୍ଲକ ସାଧାରଣ ସଂପାଦକ ସଂଜୟ କୁମାର ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ତେବେ ଆସନ୍ତା ଅପ୍ରେଲ ୧୯ ତାରିଖରେ ଆମପାଣି ଠାରେ ବ୍ଲକସ୍ତରୀୟ ପର୍ଶୁରାମ ଜୟନ୍ତୀ ପାଳନ ପାଇଁ ସ୍ଥିରୀକୃତ କରାଯିବା ସହିତ ରୂପରେଖ ପ୍ରସ୍ତୁତ କରିଥିଲେ। ଏହି ଅବସରରେ କୋକସରା ବ୍ଲକ ପର୍ଶୁରାମ ସେନାର ସାଧାରଣ ସମ୍ପାଦକ ଈଶ୍ବରୀ ପ୍ରସାଦ ଅଗସ୍ତି, ଅମିତ କୁମାର ପଣ୍ଡା, ସ୍ବପ୍ନେନ୍ଦୁ କୁମାର ମୁଣ୍ଡ, ଭାରତ ଭୁଷଣ ଠାକୁର, ସୁରେଶ ଶର୍ମା, ରାଜୁ ଶର୍ମା, ଶ୍ରବଣ କୁମାର ପାଢୀ, ଶଶାଙ୍କମୌଲି ପାଢୀ, ଧନଞ୍ଜୟ ମୁଣ୍ଡ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଶେଷରେ ଆମପାଣି ଆଞ୍ଚଳିକ ବ୍ରାହ୍ମଣ ସମାଜର ସଭାପତି ଜିତେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ।

