Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ, ନଗର ପରିକ୍ରମା କରି ଆଶ୍ରିର୍ବାଦ ଦେଲେ।

କଳାହାଣ୍ଡି,୩୧/୦୩
ଚୈତ୍ର ମାସ ରେ ଆବିର୍ଭାବ ହୋଇଛନ୍ତି ମା ଠାକୁରାଣୀ,ନିଜ ମନ୍ଦିର ରୁ ବାହାରି ଘଟ ରୂପରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଛନ୍ତି। କୋକସରା ସଦର ମହକୁମା ଠାରେ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ମା ଠାକୁରାଣୀ ଙ୍କ ଘଟଯାତ୍ରା ମହା ଆଡମ୍ବରରେ ଆରମ୍ଭ ହୋଇଛି। ମା ଠାକୁରାଣୀ ମୁଖ୍ୟ ମନ୍ଦିର ରୁ ମୁଖ୍ୟ ପୁଝାରି ନନ୍ଦ କିଶୋର ଧରୁଆ ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମା ଙ୍କ ପ୍ରଥମ ଘଟ(ମାଟି ରେ ତିଆରି ଛୋଟ ଆକୃତି ର ମାଠିଆ) ପୁଝାରି ଘରୁ ପୂର୍ବରୁ ଗ୍ରାମ୍ୟ ପୂଜକ ଙ୍କ ଦ୍ଵାରା ଘଟ ଧାରଣ ପାଇଁ ନିର୍ଦ୍ଧାରିତ ହୋଇଥିବା କୁମାରୀ କନ୍ୟା ମୁଣ୍ଡ ରେ ଧାରଣ କରିବା ପରେ ଦ୍ଵିତୀୟ ଘଟ ଗାଁ ଗୌନ୍ତିଆ ହେମନ୍ତ କୁମାର ପ୍ରଧାନୀ ଙ୍କ ଘରୁ ଆଉ ତୃତୀୟ ଘଟ ଗାଁ ର ଗଣ୍ଡା ଗୋବର୍ଦ୍ଧନ ବାଗ ଙ୍କ ଘରୁ ଧାରଣ କରି ନଗର ପରିକ୍ରମା କରନ୍ତି, ମା ଙ୍କ ରୂପରେ କୁମାରୀ କନ୍ୟାମାନେ। ଏହି ଶୋଭାଯାତ୍ରାରେ ଗଣାବାଜା ସହ ଅନ୍ୟ ପାର୍ଶ୍ଵ ଦେବାଦେବୀ ଶିରା ଓ କାଲିସି ମାନେ ମଧ୍ୟ ନଗର ପରିକ୍ରମା କରନ୍ତି। ମା ଠାକୁରାଣୀ ଓ ଘଟଯାତ୍ରା କୁ ସ୍ୱାଗତ କରିବା ପାଇଁ ଗ୍ରାମ ର ପ୍ରତି ଘର ଅଗଣା ରେ ଗୋବର ପାଣି ଢାଳି ମା ଙ୍କ ପୂଜାର୍ଚ୍ଚନା ପାଇଁ ଶୁକ୍ଳ ଭୋଗ ରେ ମୁଆଁ, ନଡିଆ,କଦଳୀ,ମନ୍ଦାର ଫୁଲ,ମହୁଲ ଫୁଲ,ପଳାସ ଫୁଲ,କାନ୍ଦୁଲ, ଚାର, ଧୂପଦୀପ ଦେଇ ଆବାହନ କରି ନିଜର ପରିବାର ର ମଙ୍ଗଳକାମନା ପାଇଁ ମା ଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ।ଏହି ଚୈତ୍ର ଯାତ୍ରା ରେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଉପସ୍ଥିତ ରହି ମା ଙ୍କୁ ନୂତନ ବସ୍ତ୍ର,ଆଭୂଷଣ,ଭୋଗରାଗ ଦେଇ ପୂଜାର୍ଚ୍ଚନା କରିଥିଲେ।ଚୈତ୍ର ଯାତ୍ରା ପରିଚାଳନା ରେ ପୁଝାରି ଦିଲିପ କୁମାର ଧରୁଆ, ଦିଲୁ ସିଂ ଧରୁଆ ଠାକୁରାଣୀ ମନ୍ଦିର କମିଟି ର ସେବକ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ