Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡିଗୋ ବିମାନର ଟଏଲେଟରୁ ମିଳିଲା ‘ଡେନଜର’ ଲେଖାଥିବା ଟିସୁ! ଘଟଣାରେ ପୋଲିସର ତଦନ୍ତ

ନୂଆଦିଲ୍ଲୀ,୧|୪ : ମୁମ୍ବାଇ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଶୌଚାଳୟରୁ “ଡେନ୍‌ଜର୍‌” ଶବ୍ଦ ଲେଖାଥିବା ଏକ ଟିସୁ ପେପର ମିଳିଥିବା ଘଟଣାରେ ଆତଙ୍କ ଖେଳିଯାଇଛି। ଇଣ୍ଡିଗୋ ବିମାନ ନମ୍ବର ୯୧୧ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଏହି ଘଟଣାଟି ଘଟିଥିଲା। ତେବେ ବିମାନରେ ଥିବା କର୍ମଚାରୀମାନେ ଏହା ଜାଣିବା ମାତ୍ରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ତୁରନ୍ତ ସତର୍କ କରାଇଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲାକୁ ଗମ୍ଭୀରତାର ସହ ନିଆଯାଇଥିଲା।

ଏହି ଖବର ସାମ୍ନାକୁ ଆସିବା ମାତ୍ରେ ବିମାନବନ୍ଦର କର୍ମଚାରୀମାନେ ତୁରନ୍ତ ଏହି ସୂଚନା ମୁମ୍ବାଇ ପୁଲିସକୁ ଜଣାଇଥିଲେ। ସୂଚନା ପାଇ,ଏକ ପୁଲିସ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ଏଥିରେ ଏକ ବୋମା ସ୍କ୍ବାଡ୍ ର ସଂଯୋଗ ମଧ୍ୟ ଲୋଡ଼ିଥିଲେ ବିମାନବନ୍ଦରର କର୍ମଚାରୀ | ଯେଉଁମାନେ ବିମାନ ତାର ଆଖପାଖ ଅଞ୍ଚଳକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ତେବେ ପୁଲିସ୍‌ ଦ୍ବାରା ତଦନ୍ତ ପରେ ବିମାନରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ସ୍ପଷ୍ଟ ହୋଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ