Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରୋନାର ନୂଆ ଭାରିଆଣ୍ଟକୁ ନେଇ ଘାରିଲାଣି ଭୟ! , ଯାତ୍ରୀଙ୍କ ନାଜାଲ ସ୍ୱାବ୍‌ରୁ ହୋଇଛି ଚିହ୍ନଟ

ନୂଆଦିଲ୍ଲୀ, ୨|୪: ଦେଶକୁ ପୁଣି ଥରେ ଘାରିଲାଣି କରୋନାର ଭୟ! କରୋନାର ନୂଆ ଭାରିଆଣ୍ଟ ବାହାରିଥିବା ଘଟଣା ସାମ୍ନାକୁ ଆସିଛି । ଯାତ୍ରୀଙ୍କ ନାଜାଲ ସ୍ୱାବ୍‌ରୁ ପରୀକ୍ଷା କରି ଚିହ୍ନଟ କରାଯାଇଛି । ଏନେଇ ୨୯ଟି ରାଜ୍ୟକୁ ହାଇ ଆଲର୍ଟ ଜାରି ହୋଇଛି । ପୂର୍ବରୁ ଏଥିରେ ଆଂକେ ଲୋକଙ୍କର ଜୀବନ ଯାଇଛି | ଲକ ଡାଉନ ନାଁ ଶୁଣିଲେ ଏବେବି ଲୋକଙ୍କ ମନରେ ଡର ରହୁଛି | ତେବେ ପୁଣି ଠାରେ ଯଦି କରୋନା ମହାମାରୀ ସେଭଳି ଭୟଙ୍କର ରୂପ ଧାରଣା କରେ ତାହାଲେ ଭାରତ ପୂର୍ବ ଅପେକ୍ଷା ଅଧିକ ବିପଦ ମୁହାଁ ହେବ କି ? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରିଛି | ଗତ ୨୦୨୦ରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ବର ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା | ଶ୍ରେଷ୍ଠ ଧନୀ ଦେଶ ମଧ୍ୟରୁ ଏହି ପରିସ୍ଥିତିରୁ ବାଦ ପଡି ନଥିଲେ | ବିଶ୍ୱ ଅର୍ଥନୀତି ମଧ୍ୟ ଦୋହଲି ଯାଇଥିଲା | ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଥିଲେ ଲୋକେ | ୨୦୨୩ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥିବା ବେଳେ ଧୀରେ ଧୀରେ ସ୍ଥିତି ସୁଧୁରିଥିଲା। କିନ୍ତୁ ଏବେ ପୁଣି ଥରେ କରୋନାର ଭୟ ବ୍ୟାପିଛି । ବିଶ୍ୱରେ ଏବେ ଯୁଦ୍ଧର ମାହୋଲ ଥିବା ବେଳେ ବିଭିନ୍ନ ଦେଶରେ ଶକ୍ତି ସଙ୍କଟ ଦେଖା ଦେଉଛି। ଏମଧ୍ୟରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ଚିନ୍ତାର କାରଣ ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଊଛିଯେ ,ଏହି ନୂଆ ଭାରିଆଣ୍ଟ ପୂର୍ବ ଭାରିଆଣ୍ଟଠାରୁ ଅଧିକ ମାରାତ୍ମକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ