Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପନେତା ପଦରୁ ବହିସ୍କୃତ ହେଲେ ରାଘବ ଚଡ୍ଡା!

ନୂଆଦିଲ୍ଲୀ, ୨/୪: ଦିଲ୍ଲୀ ରାଜନୀତିରେ ହଠାତ୍ ଏକ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳିଲା । ଆମ୍ ଆଦମୀ ପାର୍ଟି ର ଯୁବ ନେତା ଏବଂ ଆରବିନ୍ଦ କେଜ୍ରିୱାଲଙ୍କ ନିକଟସ୍ଥ ଭାବେ ଜଣାଶୁଣା ରାଘବ ଚଡ୍ଡାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇ ଦିଆଯାଇଛି । ତାଙ୍କୁ ଉପନେତା ପଦରୁ ହଟାଇଦେବା ନେଇ ଚର୍ଚ୍ଚା ଜୋର ଧରିଛି । ପାର୍ଟି ପକ୍ଷରୁ ରାଜ୍ୟସଭା ସଚିବାଳୟକୁ ଚିଠି ଲେଖି ରାଘବ ଚଢ଼ାଙ୍କୁ ଏହି ପଦରୁ ହଟାଇବା ଏବଂ ଏହା ସହିତ ସଭାରେ ମନ୍ତବ୍ୟ ରଖିବା ପାଇଁ ସମୟ ନ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି । ତାଙ୍କ ସ୍ଥାନରେ ପଞ୍ଜାବର ସାଂସଦ ଅଶୋକ ମିତ୍ତଲଙ୍କୁ ନୂଆ ଉପନେତା ଭାବେ ନିଯୁକ୍ତ କରାଯାଇଛି ।ଯଦିଓ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହା ପଛରେ କୌଣସି ସ୍ପଷ୍ଟ କାରଣ ଦିଆଯାଇ ନାହିଁ । କିନ୍ତୁ ରାଜନୀତିକ ମଞ୍ଚରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଉଛି । ସୂଚନା ଅନୁଯାୟୀ, ରାଘବ ଚଡ୍ଡା ସମ୍ପ୍ରତି ପାର୍ଟିର ମୁଖ୍ୟ ମୁଦ୍ଦାରୁ ଦୂରେଇଯାଉଥିଲେ ଏବଂ କିଛି ମହତ୍ୱପୂର୍ଣ୍ଣ ଘଟଣାରେ ତାଙ୍କର ନିରବତା ମଧ୍ୟ ପ୍ରଶ୍ନ ଉଠାଇଥିଲା । ଏହା ଫଳରେ ପାର୍ଟି ମଧ୍ୟରେ ତାଙ୍କର ଭୂମିକା କମିଯାଇଥିବାର ଅନୁମାନ କରାଯାଉଛି । ଅନ୍ୟପଟେ, ଅଶୋକ ମିତ୍ତଲଙ୍କୁ ଏହି ଦାୟିତ୍ୱ ଦେବା ମଧ୍ୟ ଏକ ଯୋଜନାବଦ୍ଧ ଚାଲ୍ ଭାବେ ଦେଖାଯାଉଛି ।ଯେଉଁ ରାଘବ ଚଢ଼ା କେବେ ପାର୍ଟିର ମୁଖ୍ୟ ମୁହଁ ଥିଲେ, ସେହି ନେତାଙ୍କୁ ଏଭଳି ହଠାତ୍ ପଦରୁ ହଟାଇବା ଦଳର ଭିତରେ ନେତା ମାନଙ୍କ ମନ ମିଶୁନଥିବା ପ୍ରକାଶ କରୁଛି । ବିଶ୍ଳେଷକମାନଙ୍କ ମତ ଅନୁସାରେ ଏହା କେବଳ ଏକ ନେତାଙ୍କ ପଦ ହରାଇବା ଘଟଣା ନୁହେଁ, ବରଂ ଆସନ୍ତା ରାଜନୈତିକ ଦିନ ଗୁଡ଼ିକରେ ଆପ୍ ର ଦିଗ ଓ ଭବିଷ୍ୟତ ବଦଳିବାର ଏକ ସଙ୍କେତ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ