Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସ୍ଥା ଓ ବିଶ୍ୱାସର ସହ ଆରମ୍ଭ ହେଲା ବାଲିଗୁଡା ର ବହୁ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା, ତା, ୦୨/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ବୁଧବାର ରାତ୍ର ଠାରୁ ଆରମ୍ଭ ହୋଇଛି କନ୍ଧମାଳ ଜିଲ୍ଲାର ବହୁ ପ୍ରସିଦ୍ଧ ବାଲିଗୁଡା ଦଣ୍ଡଯାତ୍ରା । ଶହ ଶହ ମାନସିକଧାରୀ ଦଣ୍ଡୁଆଁ ନିଜର ମନସ୍କାମନା ପୂର୍ତ୍ତି ହେତୁ ଆସ୍ଥା ଓ ବିଶ୍ୱାସ ସହିତ ମାଆଙ୍କର ଏହି ଦଣ୍ଡଯାତ୍ରା ରେ ଯୋଡ଼ି ହୋଇ ସମ୍ପୂର୍ଣ୍ଣ ଭାବେ ନିଜକୁ ମାଆଙ୍କ ପାଖରେ ସମର୍ପିତ ହୋଇ ୧୩ ଦିନ ପର୍ଯ୍ୟନ୍ତ ମାଆଙ୍କର ପୂଜାର୍ଚ୍ଚନା କରି ଦଣ୍ଡକାଳୀ ଙ୍କ ର ବ୍ରତ ନିୟମ ଅନୁସାରେ ପାଳନ କରିଥାନ୍ତି । ବୁଧବାର ବାଲିଗୁଡା ସମେତ ଆଖପାଖ ବିଭିନ୍ନ ଅଞ୍ଚଳର ଦଣ୍ଡଯାତ୍ରା ବହାରିଥିବା ବେଳେ ପ୍ରଥମ ଦିନରେ ମା’ ଦକ୍ଷିଣ କାଳୀ ମନ୍ଦିର ରୁ ବାହାରି ଆଦର୍ଶ ପୁଷ୍କରିଣୀ ରେ ଯଥା ରୀତିନୀତି ଅନୁଯାଇ ପୂଜାର୍ଚନା ପରେ ମା ‘ ଙ୍କ ଆଗମନ ହୋଇଥିଲା । ଢୋଲ ଓ ଘଣ୍ଟ ଧ୍ୱନିରେ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ପ୍ରକମ୍ପିତ ହେଇ ଉଠିବା ସହ ସହ ଦଣ୍ଡୁଆ ଏବଂ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଆସ୍ଥା ଓ ବିଶ୍ୱାସର ସହିତ ଏହି ଦଣ୍ଡନାଚ ନିୟମାବଳୀ ଅନୁଯାୟୀ ଆରମ୍ଭ ହୋଇଛି । ବହୁ ବର୍ଷ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଏଭଳି ଲୋକ ପରମ୍ପରା ଚାଲି ଆସୁଥିବା ବେଳେ ଦଣ୍ଡୁଆ ମାନେ ଖାଲି ପାଦରେ ମାଆଙ୍କର ବାନା ଆଉ ପିଞ୍ଚକୁ ଧରି ମାଆଙ୍କର ନାମ ଉଚ୍ଚାରଣ କରି ନଗର ନଗର ପରିଭ୍ରମଣ କରିଥାନ୍ତି । ଏହି ୧୩ ଦିନରେ ମାଆଙ୍କର ସମସ୍ତ ନିତିକାନ୍ତି ଅନୁଯାଇ ଯଥା ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥାଏ । ଏହା ସହ ମାଁ ନଗର ନଗର ଭ୍ରମଣ କରି ଭିନ୍ନ ଭିନ୍ନ ସ୍ଥାନରେ ପୂଜା ପାଇଥାନ୍ତି । ତେବେ ଏହା ଭିତରେ ଏହି ୧୩ ଦିନିଆ ଯାତ୍ରା କୁ ନେଇ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ପାଲଟିଛି। ସମସ୍ତଙ୍କ ମନରେ ଦଣ୍ଡଯାତ୍ରା ଆରମ୍ଭ କୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି। ଏହି ଦଣ୍ଡଯାତ୍ରା ଆସନ୍ତା ମାସନ୍ତ ୧୩ ତାରିଖ ଯାଏଁ ଚାଲିଥାଏ ,ଏହି ୧୩ ଦିନର ଦଣ୍ଡଯାତ୍ରା ରେ ମା’ ନଗର ନଗର ଭ୍ରମଣ କରି ଭକ୍ତ ମାନଙ୍କୁ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଇଥାନ୍ତି । ପୌରାଣିକ ମାନ୍ୟତା ଅନୁସାରେ ଏହି ଦଣ୍ଡଯାତ୍ରା ବ୍ରତ ପାଳନ କଲେ ଭକ୍ତ ମାନଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ମାଆଙ୍କ ଦଣ୍ଡଯାତ୍ରା ସମୟରେ ମାଆଙ୍କର ବିଭିନ୍ନ ପ୍ରକାରର ଲୀଳା ଦେଖିବାକୁ ମିଳିଥାଏ । ଦଣ୍ଡଯାତ୍ରା ନିୟମାବଳୀ ଅନୁଯାୟୀ ଯେପରି କି ମଧ୍ୟାହ୍ନ ରେ ଧୂଳି ଦଣ୍ଡ,ସନ୍ଧ୍ୟାରେ ପାଣି ଦଣ୍ଡ ,ସନ୍ଧ୍ୟାରେ ମାଆଙ୍କ ଆଳତୀ, ଏହିପରି ମଧ୍ୟରାତ୍ରି ରେ ପ୍ରସାଦ ସେବନ ସହ ଝୁଣା ଦଣ୍ଡ ଆଦି ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ଗୀତ ଆୟୋଜିତ ହୋଇଥାଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ