Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନର ରକ୍ଷାମନ୍ତ୍ରୀଙ୍କ ଚେତାବନୀ, “ସୀମା ପାର୍ କରି ଆକ୍ରମଣ କରିବୁ” : ବଢିଲା ବିବାଦ

ନୂଆ ଦିଲ୍ଲୀ, ୪|୪: ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ ବିବାଦ ବଢିବାର ଆଶଙ୍କା କରାଯାଉଛି । ପାକିସ୍ତାନର ରକ୍ଷାମନ୍ତ୍ରୀ ଖାବଜା ଆସିଫ୍ ଭାରତକୁ ନେଇ ଏକ ତୀବ୍ର ଓ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ପାକିସ୍ତାନ କେବଳ ସୀମାରେ ସୀମିତ ହୋଇ ରହିବ ନାହିଁ, ଭାରତର ସୀମା ଭିତରକୁ ପଶି ଆକ୍ରମଣ କରିବ ।ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି କାଶ୍ମୀର ଓ ଆତଙ୍କବାଦ କୁ ନେଇ ବିବାଦ ଚାଲିଆସୁଛି । ୨୦୨୫ ମସିହାରେ ପେହଁଲଗାମ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ବଢିଥିଲା । ଏପରିକି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ସିନ୍ଦୂର ଅପେରସନ ମଧ୍ୟ ଆରମ୍ଭ ହୋଇଥିଲା । ଏହା ପରେ ଦୁଇପକ୍ଷରୁ କଠୋର ମନ୍ତବ୍ୟ ଓ ଚେତାବନୀ ଜାରି ରହିଥିବା ଦେଖାଯାଇଛି । ଭାରତ ପକ୍ଷରୁ କଠୋର ମତ ପ୍ରକାଶ ପାଇବା ପରେ, ପ୍ରତିକ୍ରିୟା ସ୍ୱରୂପ ପାକିସ୍ତାନ ଏଭଳି ଚେତାବନୀ ଦେଇଥିବାର ସୂଚନା ମିଳିଛି ।ପାକିସ୍ତାନର ଏହି ଧମକକୁ ନେଇ ଆନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଚିନ୍ତା ବଢୁଛି । ବିଶେଷଜ୍ଞମାନେ କହୁଛନ୍ତି, ଏଭଳି ମନ୍ତବ୍ୟ ଦୁଇ ଦେଶର ମଧ୍ୟରେ ସମ୍ପର୍କକୁ ଆହୁରି ତିବ୍ର କରିପାରେ । କ’ଣ ଏଇ ଦୁଇ ଦେଶ ମଧ୍ୟରେ ଥିବା ବିବାଦ ମଧ୍ୟପ୍ରାଚ୍ୟରେ ଚାଲୁଥିବା ବିବାଦର ରୂପ ନେବ କି ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ