Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡ଼ିଛୁଆଁ କାର୍ଯ୍ୟକ୍ରମକୁ ମିଳିଲା ନୂଆ ଆକାର, ଅଙ୍ଗନବାଡି ସହ ମିଶିବ ଶିଶୁ ବାଟିକା

ଭୁବନେଶ୍ୱର, ୪|୪: ରାଜ୍ୟବ୍ୟାପୀ ଓଡ଼ିଆ ପକ୍ଷ ପାଳନ ଅବସରରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ ଆୟୋଜିତ ହୋଇଛି । ରାଜଭବନ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋହନ ଚରଣ ମାଝୀ ଯୋଗଦେଇ କୁନି ପିଲାମାନଙ୍କ ସହ ଆଲୋଚନା କରିବା ସହ ଖଡିଛୁଆଁ ଇଥିଲେ । ଏବର୍ଷ ଏହି ଉତ୍ସବରେ ପିଲାମାନଙ୍କ ସହ ଅଭିଭାବକମାନେ ମଧ୍ୟ ସାମିଲ ହେଉଛନ୍ତି । ଶିକ୍ଷା ସଚେତନତା ରଥ ୬ ରୁ ୧୦ ଏପ୍ରିଲ ପର୍ଯ୍ୟନ୍ତ ଜିଲ୍ଲାରୁ ଜିଲ୍ଲା ଘୁରିବ । ଏହି ପର୍ବକୁ ୬ ରୁ ୮ ଏପ୍ରିଲ ମଧ୍ୟରେ ସମସ୍ତ ଜିଲ୍ଲାରେ ପାଳନ କରାଯିବ ।ଓଡିଶା ସରକାର ଛୋଟ ଶିଶୁଙ୍କ ଶିକ୍ଷାକୁ ଆହୁରି ମଜବୁତ କରିବା ପାଇଁ ‘ଶିଶୁ ବାଟିକା’ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ଆଗେଇ ନେଉଛନ୍ତି, ଯାହା ଆଗକୁ ଅଙ୍ଗନବାଡି ରେ ମିଶିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖଡିଛୁଆଁ ଅବସରରେ ଏହି ସୂଚନା ଦେଇଛନ୍ତି । ଏହା ମାଧ୍ୟମରେ ୫-୬ ବର୍ଷ ବୟସର ଶିଶୁମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ପାଇଁ ଏକ ଆନନ୍ଦମୟ ପରିବେଶ ଦିଆଯାଉଛି । ଏହି ପ୍ରକଳ୍ପ ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଆରମ୍ଭ କରାଯାଇଛି । ଯାହାର ଲକ୍ଷ୍ୟ ହେଉଛି ଛୋଟ ଶିଶୁଙ୍କୁ ଶିକ୍ଷାର ଭଲ ଭିତି ଦେବା । ସରକାର ଏହି ଯୋଜନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ମାଗଣା ୟୁନିଫର୍ମ, ପଢ଼ା ଉପକରଣ ଓ ସୁବିଧା ଯୋଗାଇବାରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଏହାସହିତ ‘ପ୍ରବେଶ ଉତ୍ସବ’ ଓ ‘ଖଡି ଛୁଆଁ’ ପର୍ବ ମାଧ୍ୟମରେ ଶିଶୁମାନଙ୍କୁ ଆନନ୍ଦମୟ ଭାବରେ ବିଦ୍ୟାଳୟକୁ ସ୍ୱାଗତ କରାଯାଉଛି । ଏହାକୁ ଓଡିଶାର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ