Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ବିଜେପି ଜାରି କଲା ୪୦ଟି ଷ୍ଟାର ପ୍ରଚାରକଙ୍କ ତାଲିକା

ପଶ୍ଚିମବଙ୍ଗ, 6|4: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତିକ ପରିବେଶ ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ଏହି ପରିସ୍ଥିତିରେ ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାରକୁ ଗତି ଦେବା ପାଇଁ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରାଯାଇଛି ।

ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ପାର୍ଟି ଅଧ୍ୟକ୍ଷ ଜେ. ପି. ନଡ୍ଡା ଙ୍କ ଭଳି ପ୍ରମୁଖ ନେତାମାନେ ସାମିଲ ଅଛନ୍ତି । ଏହା ସହ ନିତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଯୋଗୀ ଆଦିତ୍ୟନାଥ ଓ ହିମନ୍ତ ବିଶ୍ୱ ଶର୍ମା ଙ୍କ ଭଳି ନେତାମାନେ ମଧ୍ୟ ପ୍ରଚାର ମଞ୍ଚରେ ଦେଖାଯିବେ ।

ବିଶେଷ କଥା ହେଉଛି, ରାଜନୀତି ସହିତ ସିନେମା ଓ କ୍ରୀଡ଼ା ଜଗତର ଚେହେରାମାନେ ମଧ୍ୟ ଏହି ତାଲିକାରେ ଅଛନ୍ତି । ମିଥୁନ ଚକ୍ରବର୍ତି , କଙ୍ଗନା ରଣବତ୍ , ମନୋଜ ତିୱାରୀ, ଓ ହେମା ମାଳିନୀ ଙ୍କ ଭଳି ମୁହଁମାନେ ପ୍ରଚାରରେ ନୂଆ ଆକର୍ଷଣ ଆଣିବେ ।ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଚବିହାରରୁ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ରାଜନୀତିକ ବିଶ୍ଳେଷକମାନଙ୍କ ମତ ଅନୁସାରେ, ବିଜେପିର ଏହି ଭାରି ଷ୍ଟାର ପ୍ରଚାରକ ତାଲିକା ପଶ୍ଚିମବଙ୍ଗରେ ଭୋଟ ଯୁଦ୍ଧକୁ ଆହୁରି ରୋମାଞ୍ଚକର କରିଦେବ । ଏବେ ଦେଖିବାକୁ ବାକି ରହିଲା ଯେ, ଏହି ରଣନୀତି କେତେଦୂର ପର୍ଯ୍ୟନ୍ତ ମମତାଙ୍କୁ ପ୍ରଭାବିତ କରିପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ