Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ଯୁଦ୍ଧ ପରିସ୍ଥିତିରେ ଭାରତର ମିସାଇଲ୍‌କୁ କିଣିଲା ଆମେରିକା

ନୂଆଦିଲ୍ଲୀ, 6|4: ବିଶ୍ୱରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତର ମିସାଇଲ୍‌ ଚର୍ଚ୍ଚା ରେ ଆସିଛି । ବିଶେଷକରି ଭାରତର ସ୍ୱଦେଶୀ ମିସାଇଲ୍ ପ୍ରଯୁକ୍ତିକୁ ନେଇ ଆମେରିକା ଆଗ୍ରହ ଦେଖାଇଥିବା କଥା ଏବେ ବିଶ୍ୱସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି ।ସୂଚନା ଅନୁସାରେ, ଭାରତର ଉନ୍ନତ ମିସାଇଲ୍ ପ୍ରଣାଳୀ ଓ ତାହାର କ୍ଷମତା ପାଇଁ ଆନ୍ତର୍ଜାତୀୟ ମଞ୍ଚରେ ପ୍ରଶଂସା ଲାଭ କରୁଛି । ବିଶେଷକରି ଏହି ଆଧୁନିକ ପ୍ରଣାଳୀ ଯୁଦ୍ଧ ସମୟରେ ଶକ୍ତିଶାଳୀ ଓ ନିର୍ଭରଯୋଗ୍ୟ ହେବାରୁ ଆମେରିକା ଭଳି ଦେଶ ମଧ୍ୟ ଏଥିପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ଭାରତ ୧୦୦ ରୁ ଅଧିକ ଦେଶକୁ ପ୍ରତିରକ୍ଷା ଉପକରଣ ରପ୍ତାନି କରୁଛି। ଏହି ତାଲିକାର ଶୀର୍ଷରେ ରହିଛି ଆମେରିକା, ଯାହା ଭାରତଠାରୁ ବିମାନ ଫ୍ୟୁଜେଜ, ସବ-ସିଷ୍ଟମ ଏବଂ ଯନ୍ତ୍ରାଂଶ କ୍ରୟ କରେ। ଆମେରିକା ପରେ, ଏହି ତାଲିକାରେ ଫ୍ରାନ୍ସ, ଆର୍ମେନିଆ, ଫିଲିପାଇନ୍ସ, ଜର୍ମାନୀ, ଇସ୍ରାଏଲ, ଇଣ୍ଡୋନେସିଆ ଏବଂ ମିଶର ଭଳି ଅନେକ ରାଷ୍ଟ୍ର ଅନ୍ତର୍ଭୁକ୍ତ ।ଏବେ ଦେଖିବାକୁ ଗଲେ, ଭାରତ ଏବେ ମିସାଇଲ୍ ପ୍ରଯୁକ୍ତିରେ ବିଶ୍ୱର ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଗଣନୀୟ ସ୍ଥାନ ହାସଲ କରିଛି । ଯୁଦ୍ଧ ସମୟରେ ଏପରି ଉନ୍ନତ ମାନର ପ୍ରଯୁକ୍ତିର ଚାହିଦା ବଢ଼ୁଥିବାରୁ, ଆଗାମୀ ଦିନରେ ଭାରତ ଗ୍ଲୋବାଲ୍ ରକ୍ଷା ବଜାରରେ ଆହୁରି ଶକ୍ତିଶାଳୀ ଭୂମିକା ନେଇପାରିବ ବୋଲି ଅନୁମାନ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ