Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟେର ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟି ର ୪୭ ତମ ପ୍ରତିଷ୍ଠା ଦିବସ ପାଳନ କଲେ ବିଜେପି କର୍ମି।

କଳାହାଣ୍ଡି,୦୭/୦୪
ଭାରତୀୟ ଜନତା ପାର୍ଟି ପକ୍ଷରୁ ୪୭ ତମ ପ୍ରତିଷ୍ଠା ଦିବସ ଅବସରରେ ଦେଶବ୍ୟାପି ବିଜେପି ପକ୍ଷରୁ ମହା ଆଡମ୍ବର ରେ ୩ ଦିନ ଧରି ପାଲନ କରା ଯାଉଥିବା ବେଳେ କୋକସରା ବ୍ଲକ ମୋଟର ବିଜେପି ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ନେତୃତ୍ୱରେ ଡ଼ହଗାଁ ଠାରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ଭାରତୀୟ ଜନତା ପାର୍ଟି ର ଦଳୀୟ ଆଭିମୁଖ୍ୟ,ମୂଳମନ୍ତ୍ର ଓ ଦଳ ର ଗାରୀମାମୟ ଇତିହାସ ନେଇ ମଣ୍ଡଳ ସଭାପତି ଓ ନେତୃବୃନ୍ଦ ମାନେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠିତ ପ୍ରତିଷ୍ଠା ଦିବସ ରେ ମଣ୍ଡଳ ସାଧାରଣ ସମ୍ପାଦକ ରାଧେଶ୍ୟାମ ଗୋପାଳ, କମଳ ଲୋଚନ ଦଳପତି, ଜିଲ୍ଲା ପ୍ରତିନିଧି ଚକ୍ରଧର ନାଏକ, ଯୁବ ମୋର୍ଚ୍ଚା ସଭାପତି ଧବଳେଶ୍ବର ଗୋପାଳ, ଓବିସି ମୋର୍ଚ୍ଚା ସଭାପତି ନବୀନ ଖର୍ସେଲ, ଭୁଜବଲ ନାଏକ, ବଳରାମ ପୁଝାରି, ଅଚ୍ୟୁତ ନାଏକ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ