Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସିଟିଜେନ ଫୋରମର ବାର୍ଷିକ ବୈଠକ ଓ ସମ୍ବର୍ଦ୍ଧନା ସଭା।

କଳାହାଣ୍ଡି,୦୭/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଟିଜେନ ଫୋରମର ବାର୍ଷିକ ସାଧାରଣ ବୈଠକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ସ୍ଥିତ ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଫୋରମର ବ୍ଲକ ସଭାପତି ବ୍ୟୋମକେଶ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସିଟିଜେନ ଫୋରମର ଉପଦେଷ୍ଟା ବ୍ରଜେନ୍ଦ୍ର କୁମାର ପାଟ୍ଟଯୋଷୀ, ମୁଖ୍ୟବକ୍ତା ଭାବେ ରାମଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷ ଜିଲ୍ଲା ସିଟିଜେନ ଫୋରମ କଳାହାଣ୍ଡି, ସମ୍ମାନିତ ଅତିଥି ଭାବେ ବ୍ଲକ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ସମ୍ପାଦକ ଜିଲ୍ଲା ସିଟିଜେନ ଫୋରମ ସୀମାଞ୍ଚଳ ମିଶ୍ର, ସମାଜସେବୀ କୁମୁଦ ଚନ୍ଦ୍ର ବେହେରା, ସିଟିଜେନ ଫୋରମ ଜିଲ୍ଲା ସଦସ୍ୟ ସୁଧାଂଶୁ ନେଗି, ଓ ବ୍ଲକ ସମ୍ପାଦକ ମିନକେତନ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକ ସମ୍ପାଦକ ଶ୍ରୀ ପ୍ରଧାନୀ ବାର୍ଷିକ ବିବରଣୀ ପଠନ ସହ ବୈଠକର ଉଦ୍ଦେଶ୍ୟ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଧର୍ମଗଡ ବିଧାୟକଙ୍କ ଜରିଆରେ ଫୋରମ ପକ୍ଷରୁ ବିଭିନ୍ନ ଦାବି ନେଇ ଉପସ୍ଥାପନ କରିଥିଲେ। ଦାବି ମଧ୍ୟରେ କୋକସରା ବ୍ଲକରେ ନୂତନ ବସଷ୍ଟାଣ୍ଡ, କୋର୍ଟ ବିଲଡିଂ, ରେଳ ଲାଇନ ପ୍ରକଳ୍ପ, ଅତ୍ୟାଧୁନିକ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ବିଧାୟକଙ୍କ ନେତୃତ୍ୱ ଓ ପ୍ରୟାସ ପାଇଁ ଧନ୍ୟବାଦ ଅର୍ପଣ ସହ ନିର୍ମାଣଧୀନ କାର୍ଯ୍ୟ ତ୍ୱରାନ୍ୱିତ କରିବା, ଦ୍ବିତୀୟତ ଅଣ ଜଳସେଚନ ଅଞ୍ଚଳ ଗୋତମୁଣ୍ଡା ବଡ଼ ପୋଡ଼ାଗୁଡା ଓ ଆମପାଣି ପଞ୍ଚାୟତରେ ଥିବା ବିଭିନ୍ନ ଚେକଡ୍ୟାମର ପୁନଃରୁଦ୍ଧାର ସହ ଜଳସେଚନ, କୋକସରା ସିଏଚସିରେ ଟ୍ରମାକେୟାର ୟୁନିଟ ସ୍ଥାପନ କରିବା, କୋକସରା ଠାରେ ଏକ ଡିଜିଟାଲ ପାଠାଗାର ଖୋଲିବା, ପୁଷ୍କରିଣୀ ଓ ଜଳଉତ୍ସ ଗୁଡିକର ଉନ୍ନତି କରଣ ସହ ସୌନ୍ଦର୍ଯ୍ୟ କରଣ, ଗୁଡ଼ହାଣ୍ଡି ଡୋକରୀଚଞ୍ଚରାରେ ବନ ବିଭାଗ ଦ୍ଵାରା ହୋଇଥିବା ଇକୋ ଟୁରିଯମ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ ସହ ଏକ ବହୁମୁଖୀ ଡିପିଆର ପ୍ରସ୍ତୁତ ସହ ଜଙ୍ଗଲ ସୁରକ୍ଷା ଦିଗରେ ପଦକ୍ଷେପ, ଅଞ୍ଚଳରେ ଥିବା ପୁରାତନ ମନ୍ଦିର ଯଥା ଆମପାଣି ବୁଢାରଜା ମନ୍ଦିର, ବଡକେନ୍ଦୁଗୁଡା ଝାରବନ୍ଧ ସ୍ଥିତ ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ସହ ଭିତ୍ତିଭୂମି ବିକାଶ, କୃଷି ଓ କୃଷକଙ୍କ ବଜାର ବ୍ୟବସ୍ଥା ଭଳି ଦାବି କରିଛନ୍ତି। ଏହା ବ୍ୟତୀତ ଏହି ଅବସରରେ ବ୍ଲକର ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କ୍ରମରେ ସ୍ତମ୍ଭକାର ଲେଖକ ତଥା ଗବେଷକ ଅଧ୍ୟାପକ ମୋହନ ଚରଣ ବିଶି, କୃତି ଶିକ୍ଷକ ସୁଧୀର କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ଯତୀନ୍ଦ୍ର ପଟ୍ଟନାୟକ, ନାଟ୍ୟ ଗୁରୁ ତଥା କଳାକାର ଚିନ୍ତାମଣି ପଟେଲଙ୍କୁ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ସିଟିଜେନ ଫୋରମର ଶ୍ରୀନିବାସ ପ୍ରଧାନୀ, ଧବଳେଶ୍ବର ନାଗ, ଗରୁଡ଼ ମାଝୀ, କୁମୁଦ ପୁଝାରି, ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଶ୍ରୀ କାଳେଶ୍ୱର ଟ୍ରଷ୍ଟର ଅଧ୍ୟକ୍ଷ ଆଦିତ୍ୟ ପଣ୍ଡା ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ