ଓଡ଼ିଆ ପକ୍ଷ ପାଳନ ଅବସରରେ ଧର୍ମଗଡ଼ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର।
କଳାହାଣ୍ଡି,୦୮/୦୪
ଧର୍ମଗଡ଼ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ମୂର୍ତ୍ତୀ ମଞ୍ଜୁରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳର ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର,ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଅମିତ କୁମାର ବେହେରା,ବରିଷ୍ଠ ସାମ୍ବାଦିକ ତଥା ରେଡକ୍ରସ୍ ଆଜୀବନ ସଦସ୍ୟ ହୃଷିକେଶ ମିଶ୍ର, ବିବେକ ରଞ୍ଜନ ମିଶ୍ର,ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ, ଲଖିରାମ କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ,ଓଡ଼ିଶା ରକ୍ତ କେନ୍ଦ୍ର ଅଧିକାରୀ ଡା.ଚତୁର୍ଭୁଜ ପାଢ଼ୀ,କାଶିବାହାଲ ସିଆରସିସି ରାଜେନ୍ଦ୍ର ଦୁ୍ରିଆ ପ୍ରମୁଖ ଯୋଗଦେଇଥିଲେ।
ଏହି ଶିବିରରେ ରେଡ଼କ୍ରସ ଯୁବ ପରାମର୍ଶଦାତା ମୋହନ ଚରଣ ବିଷି ନିଜର ୫୪ ତମ ରକ୍ତଦାନ କରିଥିଲେ।
ରକ୍ତଦାନ ଶିବିର ପରିଚାଳନାରେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ସଂଜିବ କୁମାର ମୁଣ୍ଡ, ଭବାନୀ ଶଙ୍କର ପଣ୍ଡା,ପଦ୍ମାଳୟା ଦଣ୍ଡସେନା, ଜୟନ୍ତୀ ମୁଦୁଲି, ସରୋଜ ମେହେର, ଜୟଦ୍ରଥ ସୁନା,ସୁଜାତା ମହାନ୍ତି, ଲୁସି ଗଉଡ, ସଂଧ୍ୟା ବାରିକ, ଅର୍ଚ୍ଚନା ଗୋଛି, ଝରଣା ପଧାନ, କୁମୁଦିନୀ ନାଏକ, ରେଡକ୍ରସ୍ ଆଜୀବନ ସଦସ୍ୟ ଲକ୍ଷପତି ନାଏକ, ଶ୍ରବଣ ବାଗ, ରୋଜାଲିନ ଚିନ୍ନାରା, ଭୁଜବଲ ବନ୍ଧିଛୋଡ, ଜୟ ସେନ୍ ପଟେଲ, ସଦନ ନାଏକ, ହିମାଂଶୁ ସା, ମମତା ଲହଜଲ, ରଜନୀ ନାଏକ ପ୍ରମୁଖ ସହଯୋଗ କରିଥିଲେ। ଧର୍ମଗଡ଼ ରକ୍ତ କେନ୍ଦ୍ରରୁ ଏଲ ଟି ଆକୁଳ ବିଷୋୟୀ, ଭରତ ଚନ୍ଦ୍ର କାଣ୍ଡ, ଡମ୍ବରୁଧର ମେହେର, ସୁଜିତ କୁମାର ପଣ୍ଡା ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।
ଏହି ଶିବିରରେ ମୋହନ ଚରଣ ବିଷି, ଜୟଦ୍ରଥ ସୁନା, ଲୁସି ଗଉଡ, ମମତା ଲହଜଲ, ତୁଷାର ଅଗସ୍ତି, ମୁର୍ସିଦ୍ଦ ଆଲାମ୍, ଜୟନ୍ତୀ ମୁଦୁଲି, ନାଗେଶ୍ୱର ନାଏକ, ଶିବଶଙ୍କର ନାଏକ, ମୂର୍ତ୍ତୀ ମଞ୍ଜୁରୀ ପଣ୍ଡା, ଦେବଶ୍ରୀ ନିଆଲ, ଅନୀତା ମାଝୀ, ରିଙ୍କି ସେଠିଆ, ମେଗେଶ୍ବରୀ ରାଉତ, ସରିତା ସାମନ୍ତରାୟ, ପିଙ୍କି ନାଏକ, ଟିକେଶ୍ବର ନାଏକ, ଅମୂଲ୍ୟ ନାଏକ ପ୍ରମୁଖ ରକ୍ତଦାନ କରିଥିଲେ। ଏହି ଶିବିରରେ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

