Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ଆୟୋଗ ଏବଂ ଟିଏମସି ମୁହାଁମୁହିଁ: ଟିଏମସି ନେତାଙ୍କୁ “ଗେଟ୍ ଲଷ୍ଟ୍” କହିଲେ ନିର୍ବାଚନ ଆୟୋଗ!

ନୂଆଦିଲ୍ଲୀ, 8|4: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ପ୍ରବଳ ତର୍କ ବିବାଦ ସୃଷ୍ଟି ହୋଇଛି । ଦିଲ୍ଲୀରେ ହୋଇଥିବା ଏକ ବୈଠକ ପରେ ଏହି ବିବାଦ ଆରମ୍ଭ ହୋଇଛି । ଟିଏମସି ସାଂସଦ ଡେରିକ ଓ’ବରିଏନ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ବୈଠକ ସମୟରେ ତାଙ୍କ ଦଳକୁ “ଗେଟ୍ ଲଷ୍ଟ୍” ବୋଲି କହିଥିଲେ । ସେ କହିଛନ୍ତି, ବୈଠକଟି ମାତ୍ର ୭ ମିନିଟ୍ ଚାଲିଥିଲା ଏବଂ ସେମାନେ ପଶ୍ଚିମବଙ୍ଗର ନିର୍ବାଚନ ସମ୍ପର୍କିତ ଅନେକ ଅଭିଯୋଗ ଉଠାଇଥିଲେ ।

ଟିଏମସି ପକ୍ଷରୁ କୁହାଯାଇଛି ଯେ, ମମତା ବାନାର୍ଜୀଙ୍କ ଦ୍ୱାରା ପଠାଯାଇଥିବା କିଛି ଚିଠିର ଉତ୍ତର ମିଳିନାହିଁ ଏବଂ ନିର୍ବାଚନ ସମୟରେ ଅଧିକାରୀମାନଙ୍କ ବଦଳିବା କୁ ନେଇ ସେମାନେ ପ୍ରଶ୍ନ ଉଠାଇଥିଲେ । ଏପରିସ୍ଥିତିରେ ନିର୍ବାଚନ ଆୟୋଗ ପକ୍ଷରୁ ଅନ୍ୟ ଦାବି ମଧ୍ୟ ଆସିଛି । ସୂଚନା ଅନୁସାରେ, ବୈଠକ ସମୟରେ ଡେରିକ ଓ’ବରିଏନ ଉଚ୍ଚ ସ୍ୱରରେ କଥାହେବା ସହ ଆୟୋଗର କାର୍ଯ୍ୟକୁ ବାଧା ଦେଇଥିଲେ । ଏହି ଘଟଣା ପରେ ଦୁଇପକ୍ଷ ମଧ୍ୟରେ ଅଭିଯୋଗ-ପ୍ରତିଅଭିଯୋଗ ଚାଲିଛି । ଟିଏମସି ଆୟୋଗକୁ ବୈଠକର ଭିଡିଓ କିମ୍ବା ଅଡିଓ ପ୍ରକାଶ କରିବାକୁ ଚ୍ୟାଲେଞ୍ଜ କରିଛି । ଏହା ସହିତ ନିର୍ବାଚନ ଆୟୋଗ କହିଛି ଯେ, ପଶ୍ଚିମବଙ୍ଗରେ ଭୟମୁକ୍ତ ଓ ନିର୍ପେକ୍ଷ ଭୋଟଗ୍ରହଣ କରାଯିବ । ଏହି ବିବାଦ ପଶ୍ଚିମବଙ୍ଗର ଆସନ୍ତା ନିର୍ବାଚନ ପୂର୍ବରୁ ରାଜନୈତିକ ପରିସ୍ଥିତିକୁ ଏକ ଉଗ୍ରରୂପ ଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ