Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ

ବାଲିଗୁଡା, ତା, ୦୮/୦୪ :(ସଞ୍ଜୟ କୁମାର ପାଣିଗ୍ରାହୀ): ନିଆରା ଭାବେ ନିଜ ଜନ୍ମ ଦିନ ପାଳନ କଲେ ସମାଜ ସେବୀ l ନିଜ ସନ୍ତାନ ଙ୍କ ଠାରୁ ବିତାଡିତ ହୋଇ ଜରା ନିବାସ ରେ ଜୀବନ ଅତିବାହିତ କରୁଥିବା ଅନ୍ତେବାସୀ ଙ୍କ ସହ ପାଳିଲେ ଜନ୍ମ ଦିନ l ନିଜ ଜନ୍ମ ଦିନକୁ ଏପରି ନିଆରା ଭାବରେ ପାଳନ କରିଛନ୍ତି ବାଲିଗୁଡା ସହର ର ସୁଖ ଦୁଃଖ ର ସାଥି ତଥା ସମାଜସେବୀ ଟୁନା ଦାସ l ବାଲିଗୁଡା ଵନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜରା ନିବାସ ର ଅନ୍ତେବାସୀ ଙ୍କ ନିକଟରେ ଜନ୍ମ ଦିନ ପାଳନ କରିବା ସହ ଅନ୍ତେବାସୀ ଙ୍କ ଠାରୁ ଆଶ୍ରିବାଦ ନେଇଥିଲେ ଟୁନା ଦାସ l କ୍ୟାଣ୍ଡଲ ଜଳାଇ କେକ୍ କାଟି ଜନ୍ମ ଦିନ ପାଳନ କରିବା ପରିବର୍ତ୍ତେ ଅନ୍ତେବାସୀ ଙ୍କ ଠାରେ ଜନ୍ମ ଦିନ ପାଳନ କରି ବେଶ ଖୁସିବ୍ୟକ୍ତ କରିଛନ୍ତି ସମାଜସେବୀ ଟୁନା ଦାସ l ନିଜ ପରିବାର ତଥା ସନ୍ତାନ ଙ୍କ ପାଇଁ ଅଲୋଡ଼ା ହୋଇଥିବା ବୃଦ୍ଧ ବୃଦ୍ଧା ଙ୍କ ସହ ଜନ୍ମ ଦିନ ପାଳନ କରିବା ନେଇ ବେଶ ଖୁସି ହୋଇଥିଲେ ସମସ୍ତ ଅନ୍ତେବାସୀ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ