Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାନ୍ତ୍ରିକ ତ୍ରୁଟି କାରଣରୁ ଗନ୍ତବ୍ୟ ସ୍ଥଳରୁ ଫେରି ଆସିଲା ‘ଏୟାର ଇଣ୍ଡିଆ ବିମାନ ଏଆଇ୨୮୧୨’

ମୁମ୍ବଇ, ୧୦ |୪ : ଏୟାର ଇଣ୍ଡିଆ ବିମାନ ଏଆଇ୨୮୧୨ରେ ଯାନ୍ତ୍ରିକ ତ୍ରୁଟି | ବିମାନଟି ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚି ଅଧାରୁ ଫେରିଥିଲା | ଗତ ଗୁରୁବାରେ ମୁମ୍ବାଇରୁ ଏୟାର ଇଣ୍ଡିଆ ବିମାନ ଏଆଇ୨୮୧୨ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଭରିଥିଲା | ଆଉ ଉଡାଣର କିଛି ସମୟ ପରେ ଉକ୍ତ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଜିଥିଲା ଫଳରେ ବିମାନଟି ବେଙ୍ଗାଲୁରୁ ନ ଯାଇ ପୁଣିଥରେ ମୁମ୍ବାଇକୁ ଫେରିଆସିଥିଲା। ସେପଟେ ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ, ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ଯାହା ପରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅନୁଯାୟୀ ବିମାନଟିକୁ ଫେରାଇ ଅଣାଯାଇଥିଲା। ତେବେ ବିମାନଟି ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ମୁମ୍ବାଇ ଵିମନବନ୍ଦରରେ ଅବତରଣ କରିଥିବାବେଳେ ଏଥିରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି। ବିମାନବନ୍ଦରରେ ଅବତରଣ ପରେ ବିମାନର ସବିଶେଷ ବୈଷୟିକ ଯାଞ୍ଚ କରାଯାଉଥିବା ଅଧିକାରୀ କହିଛନ୍ତି । ଏହି ବିମାନ ଉଡାଣର ତ୍ରୁଟି ପାଇଁ ଏୟାର ଇଣ୍ଡିଆ ଏହାର ଯାତ୍ରୀଙ୍କ ନିକଟରେ ଦୁଃଖପ୍ରକାଶ କରିଛି ଏବଂ କହିଁଛିଯେ, ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଏହାର ସର୍ବପ୍ରଥମ ଗୁରୁତ୍ବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories