Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବୈଧ ସମ୍ପର୍କକୁ ଲୁଚାଇବାକୁ ଯାଇ ନିଜ ପୁଅକୁ ଅପହରଣ କରିଲା ବାପା!

ଖୋର୍ଦ୍ଧା, 10|4 : ଖୋର୍ଦ୍ଧା ଜିଲ୍ଲାରୁ ଏକ ଆଶ୍ଚର୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ବାପା ନିଜ ପୁଅର ଅପହରଣ ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିଲା, ପରେ ତଦନ୍ତରେ ଏହାର ପଛରେ ଥିବା ସତ୍ୟ ସମସ୍ତଙ୍କୁ ଆଶ୍ଚର୍ୟଚକିତ କରିଦେଇଛି ।

ସୂଚନା ଅନୁଯାୟୀ, ନିରାକାରପୁର ରେଳଷ୍ଟେସନ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପୁଅର ଅପହରଣ ହୋଇଥିବା ଅଭିଯୋଗ କରିଥିଲେ । ଏହାକୁ ଗୁରୁତ ର ସହିତ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ତଦନ୍ତ ଆଗକୁ ବଢ଼ିବା ସହିତ ସତ୍ୟ ମଧ୍ୟ ପ୍ରକାଶ ପାଇଥିଲା । ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ପୁଅଟିର ଅପହରଣ କାହାଣୀଟି ପୂରାପୂରି ମିଥ୍ୟା ଥିଲା । ଅଭିଯୁକ୍ତ ବାପା ନିଜେ ଏହି ନାଟକ ରଚିଥିଲେ । ସେ ନିଜ ପୁଅକୁ ନେଇ ପ୍ରଥମ ସ୍ତ୍ରୀଙ୍କୁ ଦେଇଥିଲେ ଏବଂ ପରେ ଅପହରଣ ଘଟଣା ଭାବେ ପ୍ରଚାର କରିଥିଲେ ।

ଏହା ପଛରେ ବ୍ୟକ୍ତିଗତ ଜୀବନ ସମସ୍ୟା, ବିଶେଷକରି ଅବୈଧ ସମ୍ପର୍କକୁ ଲୁଚାଇବା ମୁଖ୍ୟ କାରଣ ଥିବା କୁହାଯାଉଛି । ଘଟଣାର ସତ୍ୟତା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛନ୍ତି । ଏପଟେ, ଶିଶୁଟିକୁ ସୁରକ୍ଷିତ ଭାବେ ମା’ଙ୍କ ପାଖକୁ ଫେରାଇ ଦିଆଯାଇଛି । ଏହି ଘଟଣା ମାଧ୍ୟମରେ ପରିବାରିକ ବିବାଦ କିପରି ଗୁରୁତର ଅପରାଧର ରୂପ ନେଇପାରେ, ତାହା ଏଥିରୁ ସ୍ପଷ୍ଟ ହେଉଛି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ପୋଲିସ ଏପରି ଭୁଲ ଅଭିଯୋଗ ଓ ନାଟକ ଉପରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ସତର୍କ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ