Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକ ସହ ମିଶି ସ୍ବାମୀଙ୍କୁ କରିଥିଲେ ହତ୍ୟା! ଦେଇଥିଲେ ଡକାୟତିର ରୂପ

ଭୋପାଳ,୧୧ା୪: କୌଣସି ଥ୍ରୀଲର ଫିଲ୍ମର କାହାଣୀକୁ ମଧ୍ୟ ଏ ଷ୍ଟୋରି ପଛରେ ପକାଇ ଦେବ | ଆଜି ଆପଣଙ୍କୁ ଆମେ ଏଭଳି ଏକ ଷ୍ଟୋରି ବିଷୟରେ କହିବୁ ଯାହା ଶୁଣିଲେ ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ ସେତିକି ସ୍ତବ୍ଧ ମଧ୍ୟ କରିଦେବ | ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ଯେଉଁଠି ସ୍ତ୍ରୀ ନିଜ ସ୍ୱାମୀକୁ ହତ୍ୟା କରି ଯୋଜନାବଦ୍ଧ ଭାବେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି | ପ୍ରଥମେ ହତ୍ୟାର କାରଣ ଡକାୟତି ଦର୍ଶାଇଥିବା ବେଳେ ତଦନ୍ତ ପରେ ତାହା ପରକୀୟା ପ୍ରୀତିରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।

ତେବେ ସୂଚନା ଅନୁସାରେ, ଗତ ୭ ତାରିଖ ରାତିରେ ୨୮ ବର୍ଷୀୟ ମସଲା ବ୍ୟବସାୟୀ ଦେବକୃଷ୍ଣ ପୁରୋହିତ ନାମକ ଜଣେ ଯୁବକଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିଲା। ମୃତଦେହରେ କୌଣସି ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଚିହ୍ନ ରହିଥିଲା। ତେବେ ଏ ହତ୍ୟା ସମ୍ପର୍କରେ ପୋଲିସ ତାଙ୍କର ସ୍ତ୍ରୀଙ୍କୁ ପଚାରିବାରୁ ସେ ପୋଲିସକୁ ଡକାୟତି ଗପ ଶୁଣାଇଥିଲେ | ଅଜଣା ଡକାୟତ ଘର ଭିତରେ ପଶି ପ୍ରାୟ ୩.୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଲୁଟିନେବା ସମୟରେ ବାଧାଦେବାରୁ ଦେବକୃଷ୍ଣଙ୍କୁ ଡକାୟତ ହତ୍ୟା କରିଥିବା ସ୍ତ୍ରୀ ପୋଲିସକୁ କହିଥିଲେ।

ତେବେ ଦେବକ୍ରିଷ୍ଣ ଓ ପ୍ରିୟଙ୍କାଙ୍କ ବିବାହକୁ ନେଇ ବହୁ ପୂର୍ବରୁ ସମସ୍ୟା ଲାଗିରହିଥିଲା। ଦେବକ୍ରିଷ୍ଣ କଳା ହୋଇଥିବାରୁ ପ୍ରିୟଙ୍କାଙ୍କ ଉପଯୁକ୍ତ ନୁହଁ ବୋଲି ପ୍ରିୟଙ୍କା ଅନେକ ସମୟରେ ତାଙ୍କୁ ଆକ୍ଷେପ କରୁଥିବା ନେଇ ଭଉଣୀ ଜ୍ୟୋତି ପୋଲିସକୁ କହିଥିଲା। ମାତ୍ର ତଦନ୍ତରୁ ଜଣାପଡ଼ିଥିଲା, ପ୍ରିୟଙ୍କାଙ୍କର ରାଜଗଡ଼ର କମଳେଶ ପୁରୋହିତ ନାମକ ଏକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ଆଉ ଏଥିରେ ପ୍ରତିବନ୍ଧକ ସାଜିଥିବା ଦେବକ୍ରିଷ୍ଣଙ୍କୁ ଜୀବନରୁ ହଟାଇବାକୁ ସେମାନେ ଦୁହେଁ ଯୋଜନା ପ୍ରସ୍ତୁତ କରିଥିଲେ। ଆଉ ଏଥିପାଇଁ କମଳେଶ ସୁପାରି ଦେଇ ହିଟ୍‌ମ୍ୟାନ୍‌ ସୁରେନ୍ଦ୍ର ଭଟ୍ଟିଙ୍କୁ ଦେବବ୍ରତଙ୍କୁ ହତ୍ୟା କରିବା ପାଇଁ କହିଥିଲା। ତେବେ ହତ୍ୟାକାଣ୍ଡ ରାତିରେ ପୂର୍ବ ଯୋଜନା ପ୍ରସ୍ତୁତି ଅନୁସାରେ ସେମାନେ ଜାଣିଶୁଣି ଘର କବାଟ ବନ୍ଦ କରି ନ ଥିଲେ। ସୁରେନ୍ଦ୍ର ଘରେ ପଶି ଦେବବ୍ରତଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିବା ପରେ ଏହାକୁ ଡକାୟତି ରୂପ ଦେବାକୁ ଘରେ ଭଙ୍ଗାରୁଜା କାରରି କାହାଣୀ ରଚିଥିଲେ | ଆଉ ହତ୍ୟାକାରୀ ଚାଲିଯିବା ପରେ ପ୍ରିୟଙ୍କା ଚିତ୍କାର କରି ଗପ ଶୁଣାଇଥିଲେ। କିନ୍ତୁ ପୋଲିସର ତଦନ୍ତ ସମୟରେ ପ୍ରିୟଙ୍କାଙ୍କ ବୟାନରେ ତାଳମେଳ ନ ରହିବା ଏବଂ ଚୋରି ଗହଣା ଘରୁ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା | ଏନେଇ ପୋଲିସ ବାରମ୍ବାର ଜେରା କରିବାରୁ ପ୍ରିୟଙ୍କା ପ୍ରେମିକ ସହ ମିଶି ଦେବକୃଷ୍ଣଙ୍କୁ ହତ୍ୟା କରିଥିବା ନିଜ ମୁହଁରେ ମାନିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ