Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ମୃତ୍ୟୁ…

ଗଞ୍ଜାମ, 13|4 : ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଦଣ୍ଡ ନାଚ ଦେଖି ଘରକୁ ଫେରୁଥିବା ବେଳେ ଘଟିଛି ଏକ ଦୁର୍ଘଟଣା । ଏହି ଦୁର୍ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ସୋରଡା ର ପୋଡାଖାରି ନିକଟରେ । ଦଣ୍ଡ ନାଚ ଦେଖି ଘରକୁ ଫେରୁଥିବା ବେଳେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ହୋଇ ଧକ୍କା ଲାଗିଥିବାରୁ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି, ଯେତେବେଳେ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି ।

ସୂଚନା ଅନୁସାରେ, ଦୁଇ ବାଇକ୍ ରାତି ସମୟରେ ବିପରୀତ ଦିଗରୁ ଆସୁଥିବା ବେଳେ ହଠାତ୍ ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା । ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଦୁଇଟି ବାଇକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଖବର ପାଇବା ପରେ ସୋରଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ସୋରଡା ମେଡିକାଲରେ ଭର୍ତ୍ତି କରିଥିଲେ । ଗୁରୁତର ସୋରଡ଼ାର ଗାୟତ୍ରୀ ମଲ୍ଲିକ, ବହଗାପଲ୍ଲିର ପିଣ୍ଟୁ ମଲ୍ଲିକ, ଲାଠିପଡ଼ାର ଜିତୁ ସେଠୀ ଙ୍କ ମଧ୍ୟରୁ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଦୁର୍ଘଟଣାର କାରଣ ଖୋଜିବାକୁ ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରୁ ଅଧିକ ବେଗ କିମ୍ବା ଅସାବଧାନ ଡ୍ରାଇଭିଂ ଏହି ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ପକାଇଦେଇଛି । ପରିବାର ଲୋକମାନେ ଏହି ଘଟଣାରେ ଭାଙ୍ଗି ପଡ଼ିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ