Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଜରାଟ, ଅହମଦାବାଦର ଦୋସା ବ୍ୟାଟର ଘଟଣା! ଗଲା ଦୁଇ ନିରୀହ ଛୁଆଙ୍କ ଜୀବନ; କଣ ଘଟିଥିଲା ଘଟଣା ଜାଣନ୍ତୁ…

ଅହମଦାବାଦ, ୧୩ |୪: ଗୁଜରାଟର ଅହମଦାବାଦରେ ଘଟିଥିବା ଏକ ଘଟଣା ଏବେ ଏକ ଅଜଣା ରହସ୍ୟର ରୂପ ନେଇଛି । ଯେଉଁଠି ଦୋସା ଖାଇବା ପରେ ଦୁଇ ଝିଅଙ୍କର ଜୀବନ ଯାଇଛି | ପ୍ରଥମେ ଏହାକୁ ବିଷାକ୍ତ ଖାଦ୍ୟ ଖାଇବାରୁ ଏଭଳି ଘଟିଛି ବୋଲି ଆଶଙ୍କା କରାଯାଉଥିଲା| ଏବେ ତଦନ୍ତ ଆଗକୁ ବଢ଼ିବା ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ତେବେ ପୋଲିସ ତଦନ୍ତରେ ସ୍ପଷ୍ଟ ହୋଇଛି ଯେ, ଦୋସା ବ୍ୟାଟରରେ କୌଣସି ବିଷାକ୍ତ ମିଶ୍ରଣ ନଥିଲା । କିନ୍ତୁ ଫରେନ୍ସିକ ରିପୋର୍ଟ କିଛି ଅଲଗା କଥା କହୁଛି ମୃତ ଝିଅମାନଙ୍କ ସହିତ ଜୀବିତ ଥିବା ପିତାମାତାଙ୍କ ଶରୀରରେ ଅସାଧାରଣ ଭାବରେ ଅଧିକ ପରିମାଣର ଆଲୁମିନିୟମ୍ ଫସଫେଟ୍ ଏବଂ ଜିଙ୍କ୍ ମିଳିଥିବା କଥା ଘଟଣାଟିକୁ ଆହୁରି ରହସ୍ୟମୟ କରିଛି ।

ଏକ ଡାଏରୀ ଉଦ୍ଧାର ହେବା ପରେ ଏହି ଘଟଣା ସବୁଠାରୁ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି | ପରିବାରର ଘରୁ ମିଳିଥିବା ଏକ ଡାଏରୀରେ ପୁଅ ଜନ୍ମ ପାଇଁ କରାଯାଇଥିବା ମନୋସ୍କାମନା ଓ ପ୍ରତିଜ୍ଞା ବିଷୟରେ ଉଲ୍ଲେଖ ରହିଛି । ଏହା ପରେ ପୋଲିସ ଏହି ଘଟଣାକୁ ଏକ ସାଧାରଣ ଦୁର୍ଘଟଣା ନୁହେଁ, ବରଂ ଏକ ଆତ୍ମହତ୍ୟା ଆଧାରରେ ତଦନ୍ତ ଚଳାଇଛି ।

ପୋଲିସର ତଦନ୍ତ ସମୟରେ ଘରୁ ଆଲୁମିନିୟମ୍ ଫସଫାଇଡ୍ ଯୁକ୍ତ କୀଟନାଶକ ଔଷଧ ଜବତ କରାଯାଇଛି । ଏହାର ଫରେନ୍ସିକ ପରୀକ୍ଷା ମଧ୍ୟ ଚାଲିଛି | ତେବେ ଏହା କିପରି ଭାବେ ଘର ଭିତରକୁ ଏବଂ ଶରୀରକୁ ଭିତରକୁ ପ୍ରବେଶ କଲା, ତାହାକୁ ଗୁରୁତ୍ୱ ଦେଇ ଅଧିକ ତଦନ୍ତ ଚଲାଇଛି ପୋଲିସ | ଅନ୍ୟପଟେ, ଯେଉଁ ଦୋକାନରୁ ଦୋସା ବ୍ୟାଟର କିଣାଯାଇଥିଲା, ସେଠାରୁ ନିଆଯାଇଥିବା ସାମଗ୍ରୀରେ କୌଣସି ଅସାମାନ୍ୟତା ମିଳିନାହିଁ । ଏପରିକି ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଓ ସାକ୍ଷୀ ପ୍ରମାଣ ଗୁଡ଼ିକରୁ ମଧ୍ୟ ଦୋସା ବ୍ୟାଟର ସାମଗ୍ରୀରେ କିଛି ବିଷାକ୍ତ ପଦାର୍ଥ କିମ୍ବା ଅନ୍ୟ କିଛି ମିଶାଯାଇଥିବାର ସୂଚନା ମିଳୁନାହିଁ ।

ଏବେ ଏହି ଘଟଣାରେ ଦୁଇ ନିରୀହ ଝିଅଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳକୁ ଆଶ୍ଚର୍ଯ୍ୟ କରିଦେଇଛି । ଗୁରୁତର ଅବସ୍ଥାରେ ଥିବା ବାପା ଓ ମା’ ବର୍ତ୍ତମାନ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି । ସେପଟେ ପୋଲିସ କହିଛିଯେ, ଏହାର ଫରେନ୍ସିକ ଏବଂ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ପ୍ରକୃତ ସତ କଥା ସ୍ପଷ୍ଟ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ