ଫୁଲ ମାଳକୁ ବୋମା ଭାବି ଭୟଭୀତ ହେଲେ ଥାଲାପତି ବିଜୟ, ଭାଇରାଲ୍ ହେଲା ଭିଡିଓ…
ତାମିଲନାଡୁ, 13|4 : ତାମିଲନାଡୁରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତିକ ପରିସ୍ଥିତି ଖୁବ ଜୋର ସୋର ରେ ଚାଲିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଅଣଦେଖା କରି ସମସ୍ତ ଦଳ ପ୍ରଚାରରେ ବ୍ୟସ୍ତ ରହିଛନ୍ତି । ଡିଏମକେ ଓ ଏଆଇଏଡିଏମକେ ସହ ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ ଘରେ ଘରେ ବୁଲି ଭୋଟ ମାଗୁଛନ୍ତି ।
ଏହି ପରିସ୍ଥିତିରେ ନୂଆ ଦଳ ‘ଟିଭିକେ’ ଗଠନ କରି ଚର୍ଚ୍ଚାରେ ଥିବା ଅଭିନେତା ଓ ନେତା ଥାଲାପତି ବିଜୟ ଗତ ରବିବାର କନ୍ୟାକୁମାରୀରେ ଏକ ରୋଡ୍ ଶୋ କରୁଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା, ତାଙ୍କୁ ଦେଖିବାକୁ । ପ୍ରଚାର ସମୟରେ ବିଜୟ ଗାଡ଼ିରୁ ଓହ୍ଲାଇ ସାଇକେଲରେ ଲୋକଙ୍କୁ ସମ୍ବୋଧନ କରୁଥିଲେ ଏବଂ ହାତ ହଲାଇ ଅଭିବାଦନ ଜଣାଉଥିଲେ । ଏହି ସମୟରେ ଜଣେ ପ୍ରଶଂସକ ତାଙ୍କ ନିକଟକୁ ଫୁଲ ଫିଙ୍ଗିଥିଲେ ।
ହଠାତ୍ ଏହାକୁ ବୋମା ବୋଲି ଭାବି ବିଜୟ ଭୟଭୀତ ହୋଇ ସାଇକେଲ କୁ ଛାଡ଼ି ତୁରନ୍ତ ପଛରେ ଆସୁଥିବା ପ୍ରଚାର ଗାଡ଼ି ଦିଗକୁ ଦୌଡ଼ିଥିଲେ । ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ ସୁରକ୍ଷିତ ଭାବେ ଗାଡ଼ିରେ ବସାଇଦେଇଥିଲେ । ଏହି ସମଗ୍ର ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଉଲ୍ଲେଖଯୋଗ୍ୟ, ଆସନ୍ତା ୨୩ ଏପ୍ରିଲରେ ତାମିଲନାଡୁର ସମସ୍ତ ୨୩୪ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।

