Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ କୁ ଚାଲ ଅଭିଯାନ,ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ର ବାର୍ତ୍ତା ଦେଲେ କର୍ମି।

କଳାହାଣ୍ଡି,୧୪/୦୪
ଭାରତୀୟ ଜନତା ପାର୍ଟି ର ୪୭ ବର୍ଷ ସ୍ଥାପନ ପୂର୍ତ୍ତି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକଶିତ ଓଡିଶା ବିକଶିତ ଗାଁ, ସହ ବିଭିନ୍ନ ଲୋକାଭିମୁଖୀ ଯୋଜନା, ଜନସେବା ପ୍ରତି ସଙ୍କଳ୍ପ କୁ ନେଇ ଆରମ୍ଭ ହୋଇଛି ଗାଁ କୁ ଚାଲ ଅଭିଯାନ। ଏହି କ୍ରମ ରେ କୋକସରା ମଣ୍ଡଳ ଟେମରା ଗ୍ରାମ ରେ ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ରେ ଦଳୀୟ କର୍ମକର୍ତ୍ତା ମାନେ ଟେମରା ଗ୍ରାମ ପରିକ୍ରମା ସହ ବିଜେପି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା କୁ ତୃଣମୂଳ ସ୍ତରରେ ପହଞ୍ଚି ଲୋକଙ୍କୁ ଅବଗତ କରାଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କର୍ମକର୍ତ୍ତା ସୁଧୀର କୁମାର ପାତ୍ର,ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ମଣ୍ଡଳ ସମ୍ପାଦକ ଶାରଳା ପ୍ରସାଦ ପ୍ରଧାନୀ, କୃଷକ ମୋର୍ଚ୍ଚା ସଭାପତି ସୁଶୀଲ କୁମାର ପାଢୀ ,କ୍ଷିତିରାମ ପଟେଲ, ଭାବଗ୍ରାହୀ ପ୍ରଧାନୀ ସମେତ ଦଳୀୟ କର୍ମୀ ଉପସ୍ଥିତ ରହି ଗାଁ କୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ରେ ସାମିଲ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ