Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ; କମୁଛି କି ଧର୍ମେନ୍ଦ୍ରଙ୍କ ପତିଆରା!

ଭୁବନେଶ୍ୱର, ୧୪|୪ : ଗତକାଲି ସିଲିଗୁଡ଼ିର ‘ମେ ଫେୟାରର’ରେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଏବଂ ପ୍ରଧାମନ୍ତ୍ରୀଙ୍କ ମୋଦୀଙ୍କ ସାକ୍ଷାତ ହୋଇଛି | ଆଉ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା | ଏହାପରେ କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ପତିଆରା ଆସ୍ତେ ଆସ୍ତେ କମୁଛି ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଛି | ଏବେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ରର ଶିକ୍ଷା ବିଭାଗର ମନ୍ତ୍ରୀ ରହିଛନ୍ତି | ଏହା ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଇସ୍ପାତ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ପଦବୀ ପାଇଥିଲେ | ଅନ୍ୟପଟେ, ବାଜପେୟୀଙ୍କ ସରକାରରେ କେନ୍ଦ୍ରର ଇସ୍ପାତ, କୋଇଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ। କେନ୍ଦ୍ରର ବୟନ ଏବଂ ହସ୍ତତନ୍ତ ଶିଳ୍ପ ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ | ତେବେ ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର କୋଇଲା ମନ୍ତ୍ରୀ ଥିବା ସମୟରେ ଦିଲୀପ ରାୟଙ୍କୁ କୋଇଲା ଦୁର୍ନୀତିରେ ସମ୍ପୃକ୍ତି ପାଇଁ ୬ ଅକ୍ଟୋବର ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ନିକଟରେ ତାଙ୍କୁ କୋର୍ଟଙ୍କ ପକ୍ଷରୁ କ୍ଲିନ ଚିଟ ମିଳିଛି | ଏବେ ପୁଣିଥରେ ରାଜ୍ୟ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ରାଜ୍ୟସଭା ସାଂସଦ ହୋଇଛନ୍ତି ଦିଲ୍ଲୀପ ରାୟ | ତେବେ ଦିଲ୍ଲୀପଙ୍କ ରାଜ୍ୟସଭା ସିଟ ମିଳିବା ପଛରେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରିଥିବା କଥା ମଧ୍ୟ ଆଲୋଚନା ପରିସରକୁ ଆସିଥିଲା | ଏପରିକି ରାଜ୍ୟ ରାଜନୀତିରେ ପୁଣିଥରେ ଘୋଡା ବେପାର ହେବ ବୋଲି ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା | କିନ୍ତୁ ଏବେ ଦିଲ୍ଲୀପ ରାୟ ଏବଂ ମୋଦୀଙ୍କ ଭେଟ ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି |

ତେବେ ଏହି ସାକ୍ଷାତ ଆଗକୁ କୋଉ ମୋଡ଼ ନେବା ତାହା ସମୟ କହିବ | କିନ୍ତୁ ଅନ୍ୟପଟେ ଦିଲ୍ଲୀପ ରାୟ ମୋଦୀଙ୍କୁ ଭେଟିଥିବା ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି | ସେନେଇ ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି | ଯେଉଁଥିରେ ସେ କହିଛନ୍ତିଯେ, “ପ୍ରକୃତରେ ଏହା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ, କାରଣ ମୁଁ ମେଫେୟାର ଟି ରିସର୍ଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ଲାଭକଲି ।

ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଅଟଳ ସମର୍ପଣ ଏବଂ ଦେଶ ପ୍ରତି ଗଭୀର ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ଗଭୀର ଭାବେ ପ୍ରେରିତ କରିଛି | ଭାରତର ଭବିଷ୍ୟତକୁ ସ୍ପଷ୍ଟତା ଏବଂ ଉଦ୍ଦେଶ୍ୟ ସହିତ ଗଠନ କରୁଥିବା ଜଣେ ନେତାଙ୍କ ଆତିଥ୍ୟ ଏବଂ ତାଙ୍କ ସହିତ ଆଲୋଚନା କରିବା ନିଶ୍ଚୟ ଏକ ସମ୍ମାନର କଥା।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ