ଲୁଟିବାକୁ ଆସି ଫସିଗଲେ ଚୋର! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ
ନୂଆଦିଲ୍ଲୀ, ୧୪|୪ : ସୋସିଆଲ୍ ମିଡିଆରେ ଏବେ ଏକ ଅଜବ ଏବଂ ମଜାଦାର ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି, ଯାହା ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ସହିତ ନିଜ ହସକୁ ଅଟକାଇପାରୁନାହାନ୍ତି । କିଛି ମୁଖାପିନ୍ଧା ଦୁର୍ବୃତ୍ତ ଏକ ମୋବାଇଲ୍ ଦୋକାନକୁ ଲୁଟିବା ଉଦ୍ଦେଶ୍ୟରେ ଭିତରକୁ ପ୍ରବେଶ କରିଥିଲେ । ହାତରେ ଅସ୍ତ୍ର ଦେଖି ଦୋକାନ ଭିତରେ ଥିବା ଗ୍ରାହକମାନେ ଭୟଭୀତ ହୋଇ ବାହାରକୁ ଚାଲିଯାଇଥିଲେ । ଦୁର୍ବୃତ୍ତମାନେ ମଧ୍ୟ ସେମାନଙ୍କୁ କୋଣସି କ୍ଷତି ପହଂଚାଇ ନ ଥିଲେ ।
କିନ୍ତୁ ଘଟଣାରେ ଆଚମ୍ବୀତ କରିଦେବା ଭଳି ଟ୍ୱିଷ୍ଟ୍ ସେତେବେଳେ ଆସିଲା, ଯେତେବେଳେ ବାହାରକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଚତୁରତାର ସହ ଦୋକାନର ସଟର୍ ବାହାର ପଟୁ ବନ୍ଦ କରିଦେଲେ । ଫଳରେ ଲୁଟେରାମାନେ ନିଜେ ଦୋକାନ ଭିତରେ ଫସିଗଲେ । ଚୋରମାନେ ଭିତରୁ ସଟର୍ ଖୋଲିବାକୁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳତା ପାଇପାରି ନଥିଲେ । ଏହି ଘଟଣାକୁ ଦେଖି ଲୋକ ମାନେ ବହୁତ ମଜା ନେଉଛନ୍ତି ଏବଂ ଯିଏ ସଟର୍ ବନ୍ଦ କରିଥିଲେ, ତାଙ୍କୁ “ମାଷ୍ଟରମାଇଣ୍ଡ” ବୋଲି କହୁଛନ୍ତି । ତେବେ ଏହାର ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ତେବେ ଏହି ଘଟଣା କେବେ ଓ କେଉଁଠାରେ ଘଟିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

