ଆଗାମୀ ପଞ୍ଚାୟତ ନିର୍ଵାଚନରେ ହେବ କି ବିଜେଡି ଓ କଂଗ୍ରେସର ମେଣ୍ଟ? ଆମେ ଚାହୁଁଛୁ ଦୁଇ ଦଳ ଏକାଠି ନିର୍ବାଚନ ଲଢନ୍ତୁ: ଶ୍ରୀ ମନମୋହନ ସାମଲ
ଭୁବନେଶ୍ୱର, ୧୪।୪ : ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ | ଜୋରଦାର ହେବ ଲଢେଇ | ଶାସନ କ୍ଷମତାରେ ରହିଛି ଏବେ ବିଜେପି | ତେଣୁ ପଞ୍ଚାୟତ ଭୋଟ ହାତେଇବା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇବ | ନିକଟରେ ରାଜ୍ୟସଭା ନିର୍ବାଚନ ପାଇଁ ମଧ୍ୟ ବିଜେପି ଆପଣାଇଥିଲା ନିଜର ରଣନୀତି | ଅନ୍ୟପଟେ ବିଜେଡି ଆଉ କଂଗ୍ରେସର ମେଣ୍ଟ ଫିକା ପଡିଥିଲା | କିନ୍ତୁ ଏବେ ଆଗକୁ ପୁଣି ଆସୁଛି ପଞ୍ଚାୟତ ନିର୍ବାଚନ ତେଣୁ ପୁଣିଥରେ ବିଜେଡି ଓ କଂଗ୍ରେସର ମେଣ୍ଟ ପୁଣିଥରେ ଦେଖିବାକୁ ମିଳିପାରେ | ଏନେଇ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନ ମୋହନ ସାମଲ ନିଜର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତିଯେ, “ଆମେ ଚାହୁଁଛୁ କଂଗ୍ରେସ ଓ ବିଜେଡି ପୁଣିଥରେ ଏକାଠି ହୋଇ ନିର୍ବାଚନ ଲଢନ୍ତୁ । ଦୁଇ ଦଳ ଏକାଠି ହୋଇ ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଅଧିକ ମଜଭୁତ ହେବ । ସବୁ ଦଳ ମିଶି ଏକ ଶକ୍ତିଶାଳୀ ବିରୋଧୀ ଦଳ ତିଆରି କରନ୍ତୁ । ଗୋଟିଏ ଭଲ ରାଜନୀତି ବ୍ୟବସ୍ଥା ଉଭୟ ଶାସକ ଏବଂ ବିରୋଧୀ ଦଳ ଶକ୍ତିଶାଳୀ ହେବା ଆବଶ୍ୟକ | ଯଦି ମେଣ୍ଟ ହୁଏ ରାଜ୍ୟ ପାଇଁ ଏହା ଭଲ ହେବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।
ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ବିଜେଡିର ଐତିହାସିକ ମେଣ୍ଟ ପୁଣିଥରେ ଦେଖିବାକୁ ମିଳିପାରେ | ଏନେଇ ହାଇକମାଣ୍ଡ ନିଷ୍ପତ୍ତି ଫାଇନାଲ କରିବେ ବୋଲି ନିକଟରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଥିଲେ । ଅନ୍ୟପଟେ, ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଥିଲେଯେ, ମେଣ୍ଟ ହେବ କି ନା ତାହା ଆଗାମୀ ସମୟ କହିବ। ତାହା ଭବିଷ୍ୟତ କହିବ । ଏହି ନିଷ୍ପତ୍ତି ପୁରା ସଭାପତିଙ୍କର । ତେଣୁ ମେଣ୍ଟର ହେବାର ସମ୍ଭାବନାକୁ ଏଡାଇ ଦେଇପାରିବେ ନାହିଁ ।
କଂଗ୍ରେସ-ବିଜେଡି ମେଣ୍ଟ ପ୍ରସଙ୍ଗରେ ସାମ୍ବାଦିକ ରାଜ୍ୟ ବିଜେପି ସଭାପତିଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଗଣତାନ୍ତ୍ରିକ ଦେଶରେ ଯାହାର ନିଷ୍ପତ୍ତି ଯିଏ ନେଇପାରିବ । ଆମେ ଚାହୁଁଛି କଂଗ୍ରେସ-ବିଜେଡି ଏକାଠି ହୋଇ ନିର୍ବାଚନ ଲଢନ୍ତୁ । ଦୁଇ ଜଣ ଏକାଠି ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ ହେବ । ସବୁ ଦଳ ମିଶି ଶକ୍ତିଶାଳୀ ବିରୋଧୀ ଦଳ ତିଆରି କରନ୍ତୁ । ରାଜ୍ୟ ପାଇଁ ଭଲ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

