Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋଫିଆ ଫିର୍ଦ୍ଦୋସ ଆଗକୁ ହେବେ ଓଡ଼ିଶା ଜନତା କଂଗ୍ରେସର ସାରଥି: ମହମ୍ମଦ ମୋକିମ

ସୋଫିଆ ଫିର୍ଦ୍ଦୋସ ଆଗକୁ ହେବେ ଓଡ଼ିଶା ଜନତା କଂଗ୍ରେସର ସାରଥି । ଏପରି କହି ବେଶ୍ ଚର୍ଚ୍ଚାରେ ବରିଷ୍ଠ ନେତା ମହମ୍ମଦ ମୋକିମ । ତେବେ ନିକଟରେ ଗଠିତ ହୋଇଥିବା ‘ଓଡ଼ିଶା ଜନତା କଂଗ୍ରେସ’ ର ଭବିଷ୍ୟତକୁ ନେଇ ମୋକିମ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ଦିନରେ ଏହି ଦଳର ନେତୃତ୍ୱ ନେବେ

ବାରବାଟୀ-କଟକର ଲୋକପ୍ରିୟ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମ ସୂଚନା ଦେଇଛନ୍ତି ଯେ, ସୋଫିଆ ଫିର୍ଦ୍ଦୋସ ଦଳର ମୁଖ୍ୟ ଚେହେରା ଭାବେ ଉଭା ହେବେ। ମୋକିମଙ୍କ କହିବା ଅନୁଯାୟୀ, ଯୁବପିଢ଼ିଙ୍କୁ ପ୍ରାଧାନ୍ୟ ଦେବା ଏବଂ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏହି ନୂତନ ଦଳ ଗଠନ କରାଯାଇଛି। ସୋଫିଆଙ୍କ ଶିକ୍ଷାଗତ ଯୋଗ୍ୟତା, ସ୍ୱଚ୍ଛ ଭାବମୂର୍ତ୍ତି ଏବଂ କାର୍ୟ୍ୟ କରିବାର ଶୈଳୀ ଦଳକୁ ଏକ ନୂଆ ଶିଖରକୁ ନେଇଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ