ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ଶର୍ମାଙ୍କ ନାମରେ ମାମଲା !
ଆସାମ, ୧୫ |୪ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ଶର୍ମାଙ୍କ ନାମରେ ମାମଲା! ଜାତୀୟ ମହିଳା କମିସନରଙ୍କ ନିକଟରେ ହିମନ୍ତଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି | ସୂଚନା ଅନୁସାରେ, ଆସାମ ବିଧାନସଭା ନିର୍ବାଚନରେ ଏଜେପି (ଆସାମ ଜାତୀୟ ପରିଷଦ)ପକ୍ଷରୁ ପ୍ରାର୍ଥୀ କୁନ୍କି ଚୌଧୁରୀ ଗୁଆହାଟୀ ସେଣ୍ଟ୍ରାଲ ଆସନରୁ ନିର୍ବାଚନ ଲଢ଼ୁଛନ୍ତି | କିନ୍ତୁ ତାଙ୍କ ନାମରେ ଗୋମାଂସ ଭକ୍ଷଣ କରିଥିବାର ଅଭିଯୋଗ ଆସିଛି ଏହାସହିତ ସେ ନିର୍ବାଚନ ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରଚାର ଅଭିଯାନ ସମୟରେ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ କୁନ୍କିଙ୍କ ମାଆ ସୁଜାତା ଗୁରୁଙ୍ଗ୍ ଚୌଧୁରୀଙ୍କ ବିରୋଧରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେଯେ, ସୁଜାତା ଗୋମାଂସ ଭକ୍ଷଣ କରୁଛନ୍ତି ଏହାସହିତ ପାକିସ୍ତାନ ପ୍ରତି ସହାନୁଭୂତି ପ୍ରଦର୍ଶନ ଏବଂ ଦେଶଦ୍ରୋହୀ ବ୍ୟକ୍ତିଙ୍କୁ ମଧ୍ୟ ସମର୍ଥନ ଜଣାଉଛନ୍ତି ବୋଲି ହିମନ୍ତ ଅଭିଯୋଗ ଆଣିଥିଲେ । କିନ୍ତୁ ଏହାର କଡା ପ୍ରତିବାଦ କରିଛନ୍ତି ସୁଜାତା | ଏହାର ବିରୁଦ୍ଧରେ ଜାତୀୟ ମହିଳା କମିସନରଙ୍କ ନିକଟରେ ହିମନ୍ତଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତିସୁଜାତା | ସେ କହଛନ୍ତିଯେ, “ମୁଁ ଜଣେ ସାଧାରଣ ଗୃହିଣୀ , ରାଜନୀତି ସହ ମୋର କୌଣସି ସମ୍ପର୍କ ନାହିଁ ।” ଝିଅ କୁନ୍କି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ତାଙ୍କୁ ଅଯଥାରେ ବିବାଦ ଘେରକୁ ଟଣାଯାଉଛି ବୋଲି ମଧ୍ୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ସୁଜାତା |

