ସିବିଏସଇ ପରୀକ୍ଷା ରେ କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟ ସଫଳତା,୯୦ ପ୍ରତିଶତ ଉର୍ଦ୍ଧ ରେ ୯ ଛାତ୍ରଛାତ୍ରୀ।
କଳାହାଣ୍ଡି,୧୫/୦୪
ଆଜି ପ୍ରକାଶ ପାଇଛି ସିବିଏସଇ ଦଶମ ରେଜଲ୍ଟ। ଏହି କ୍ରମ ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଡିଶା ବିଦ୍ୟାଳୟ ର ୯ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ରୁ ଉର୍ଦ୍ଧ ମାର୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଚଳିତ ବର୍ଷ ବିଦ୍ୟାଳୟ ରୁ ୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ ହାର ୮୬.୧ ପ୍ରତିଶତ ରହିଛି। ବିଦ୍ୟାଳୟ ର ଆଶୁତୋଷ ସିଂହଳ (୯୬.୮),ପ୍ରୀତିଦିପ ମୁଣ୍ଡ(୯୬.୮),ଅକ୍ଷିତା ଯୋଶୀ(୯୬.୪), ହଂସୀକା ଗୋୟଲ(୯୪.୬) ପ୍ରଜ୍ଞାଶ୍ରୀ ଚୌଧୁରୀ(୯୩), ପ୍ରିୟାନଶୀ ଗୋୟଲ (୯୨.୮),ବିଷ୍ଣୁ ପ୍ରସାଦ ମେହେରା,(୯୨.୬)ରଶ୍ମିରେଖା ଦାସ (୯୪.୮), ତପିସୁତା ପୁଝାରି(୯୨.୪) ମାର୍କ ରଖି ପରୀକ୍ଷା ରେ କୃତକାର୍ଯ୍ୟ ହେବାସହ ବିଦ୍ୟାଳୟ ପାଇଁ ଗୌରବ ଓ ସଫଳତା ଆଣିଛନ୍ତି। ଛାତ୍ରଛାତ୍ରୀ ଙ୍କ ସଫଳତା ପାଇଁ ଓଏଭି ବିଦ୍ୟାଳୟ ର ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କୃତକାର୍ଯ୍ୟ କରିଥିବା ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

