Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋନ୍ ଦେବା କହି ଲୁଟ! ନକଲି ଫାଇନାନ୍ସ କମ୍ପାନୀର ଅଭିଯୋଗ

ଭଦ୍ରକ, ୧୬|୪ : ଭଦ୍ରକ ଜିଲ୍ଲାରେ ଏକ ବଡ଼ ଲୋନ୍ ଠକେଇ ଘଟଣା ସାମ୍ନାକୁ ଆସିଛି । ନକଲି ଫାଇନାନ୍ସ କମ୍ପାନୀ ନାମରେ କିଛି ଲୋକ ଅନେକ ମହିଳାଙ୍କୁ ସହଜରେ ଋଣ ଦେବାର ପ୍ରଲୋଭନ ଦେଇ ଲକ୍ଷ୳ ଲକ୍ଷ୳ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଏହି କମ୍ପାନୀ ଆଗରୁ ପ୍ରୋସେସିଂ ଫିସ୍‌ ଓ ଅନ୍ୟାନ୍ୟ ଖର୍ଚ୍ଚ ନାମରେ ଟଙ୍କା ନେଇଥିଲେ, କିନ୍ତୁ ପରେ କୌଣସି ଲୋନ୍ ଦେଇନଥିଲେ । ଏହା ଜଣାପଡ଼ିବା ପରେ ପୀଡ଼ିତ ମହିଳାମାନେ ଏକତ୍ରିତ ହୋଇ କମ୍ପାନୀର କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।

ସେମାନେ ଟଙ୍କା ଫେରାଇବା ପାଇଁ ଦାବି କରି ବିକ୍ଷୋଭ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଘଟଣାସ୍ଥଳକୁ ପୋଲିସ୍‌ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।ପୀଡ଼ିତମାନେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହିତ ନିଜ ଟଙ୍କା ଫେରସ୍ତ ପାଇବାକୁ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ