Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ନିର୍ଦ୍ଦେଶକୁ ଖାତିର ନକରି ଖୋଲା ରହିଛି ସ୍କୁଲ ; ଗ୍ରୀଷ୍ମ ପ୍ରବାହ ରେ ଛାତ୍ରଛାତ୍ରୀ ହନ୍ତସନ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ର ଉପାନ୍ତ ଖଣ୍ଡହତା ଅଞ୍ଚଳରେ ସରକାରୀ ନିର୍ଦ୍ଦେଶ ର ଖୋଲା ଉଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି।ଗ୍ରୀଷ୍ଣ ପ୍ରବାହ ଯୋଗୁଁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର କିଛି ଶିକ୍ଷା ବ୍ୟବସାୟୀ ଟଙ୍କା ଲାଭ ଆଶାରେ ସ୍କୁଲ ବନ୍ଦ ନ କରି ଛାତ୍ରଛାତ୍ରୀ ଙ୍କୁ ସ୍କୁଲରେ ବିପଦପୂର୍ଣ୍ଣ ଭାବରେ ରଖିଛନ୍ତି। ଖଣ୍ଡହତା ଅଞ୍ଚଳର ଥିବା ଏକ ଘରୋଇ ସ୍କୁଲରେ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ସ୍କୁଲରେ ପ୍ରବଳ ଗରମ ସତ୍ତ୍ବେ ରଖିଛନ୍ତି। ପ୍ରାୟ ୪୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିସରରେ ରଖିଛନ୍ତି। ସଂପ୍ରତି ସୁବର୍ଣ୍ଣପୁର ର ଦେଶ ଓ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଉଛି। ପ୍ରାୟତଃ ୪୩ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ଅଂଶୁଘାତର ଆଶଙ୍କା ରହିଛି। ତେଣୁ ପ୍ରଶାସନ ଲୋକଙ୍କୁ ସଚେତନ କରୁଥିବା ସହିତ ଆଇନକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର କେତେକ ବ୍ୟକ୍ତି ଉକ୍ତ ନିସ୍ପତ୍ତି କୁ ଅବମାନନା କରୁଥିବା ଦେଖୁବାକୁ ମିଳିଛି। ଅତ୍ୟଧିକ ଗରମ ହେଉଥିଲେ ମଧ୍ୟ ଉଭୟ ଛାତ୍ର ଛାତ୍ରୀ ଙ୍କୁ ଛୁଟି ନ କରି ସ୍କୁଲ ଭିତରେ ରଖାଯାଇଛି । ତେବେ ଗ୍ରୀଷ୍ଣ ପ୍ରବାହରେ ଅଂଶୁଘାତରେ ଆକ୍ରାନ୍ତ ହୋଇ କୌଣସି ଅଘଟଣ ଘଟିଲେ କିଏ ଉତ୍ତରଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ଏନେଇ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା। ଗ୍ରୀଷ୍ଣ ପ୍ରବାହ ଯୋଗୁଁ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଥିଲା ବେଳେ ବୀରମହାରାଜପୁର ର ଉପାନ୍ତ ଖଣ୍ଡହତା ଅଂଚଳରେ ଘରୋଇ ସ୍କୁଲରେ ପିଲା ମାନଙ୍କୁ ସ୍କୁଲରେ ରଖିବା ନେଇ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଙ୍କୁ ପଚାରିବାରୁ ବ୍ଲକର ସମସ୍ତ ସ୍କୁଲ ବନ୍ଦ ରହିଛି। ମାତ୍ର ଖଣ୍ଡହତା ଅଂଚଳର ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲ ଖୋଲା ରଖି ଛାତ୍ରଛାତ୍ରୀ ଙ୍କୁ ଗରମରେ ରଖିଥିବା ଅଭିଯୋଗ ହୋଇଛି। ଏନେଇ ଏକ ତଦନ୍ତକାରୀ ଟିମ୍ ଉକ୍ତ ସ୍କୁଲକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ବୋଲି କହିବା ସହିତ ଯଦି ସରକାରୀ ଆଇନ ଉଲଙ୍ଘନ ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ